ଏଥର ବିଧାନସଭାରେ ଏହିସବୁ ପ୍ରସଙ୍ଗ ଉଠାଇବ ବିଜେଡି, ଜାଣନ୍ତୁ କଣ କହିଲେ ପ୍ରସନ୍ନ ଆଚାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଏଥର ବିଜେଡି ଉଠାଇବ ଆଇନ ଶୃଙ୍ଖଳାଠାରୁ ଚାଷୀ ପ୍ରସଙ୍ଗ। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଧାନସଭାରେ ନୂଆ ଓ ପୁରୁଣା ପ୍ରସଙ୍ଗ ଉଠାଇବ ବିଜେଡି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ରାଜଧାନୀରେ ହତ୍ୟା, ନାରୀ ନିର୍ଯାତନା, ଚୋରି, ଡକାୟତି ବଢିଛି। ଅନ୍ୟ ଅଂଚଳରେ କଣ ହେଉଥିବ ଅନୁମାନ କରିହେଉଛି । ଭିଆଇପି ଅଂଚଳରେ ଚୋରୀ ହେଉଛି, ସାଧାରଣ ଅଞ୍ଚଳରେ ବି ହେଉଛି । ଚାଷୀ ମାରଣା ନୀତି ଗ୍ରହଣ କରିଛନ୍ତି ସରକାର । ଧାନର ଅଭାବୀ ବିକ୍ରି ଓ କଟନି ଚଟଣୀ ହେଉଛି । ଏହାକୁ ପ୍ରସଙ୍ଗ କରାଯିବ । ରଣନୀତି ପ୍ରସ୍ତୁତ କରିବାକୁ ଆସନ୍ତା କାଲି ସଂଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ନବୀନ ପଟ୍ଟନାୟକ ଅଧକ୍ଷତାରେ ବସିବ ବୈଠକ । ବିଧାନସଭା ସୁରୁଖୁରୁରେ କିପରି ଚାଲିବ ତାହା ଶାସକ ଦଳର ଦାୟିତ୍ୱ । ଶାସକ ଦଳ ବିଶୃଙ୍ଖଳା କଲେ କାର୍ଯ୍ୟନୁଷ୍ଠାନ ନେବ ତ? ଅନେକ ସମୟରେ ଶାସକ ଦଳ କହିବାକୁ ଦେଉନାହିଁ  । ବାଚସ୍ପତି ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ  ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ।