spot_img

Latest Posts

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ବିଜେଡିର କଟାକ୍ଷ

ନନ୍ଦିଘୋଷ ବ୍ୟୁରୋ: ମହାନଦୀକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ। ଆମେ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଅନେକ ଥର ଏ ନେଇ ଉଦ୍ୟମ ହୋଇଛି। ବାରମ୍ବାର କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା ହୋଇଛି।ଏକାଧିକ ଥର ତ୍ରିପାଖିକ ଆଲୋଚନା ହୋଇଛି। ହେଲେ ଛତିଶଗଡ଼ର ଜିଦଖୋର ମନୋଭାବ ପାଇଁ ସମାଧାନ ହୋଇପାରିନି। ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ। ହେଲେ କେବଳ ଚା କପ ଉପରେ ଆଲୋଚନା ନ କରି ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ କାମ ବନ୍ଦ କରୁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଅନେକ ବ୍ୟାରେଜ କାମ ଶେଷ ହୋଇସାରିଲାଣି। ଟ୍ରିପଲ ଇଞ୍ଜିନ ସରକାର କାମ ବନ୍ଦ କରି ସମାଧାନର ରାସ୍ତା ବାହାର କରନ୍ତୁ।କେବଳ ଟେବୁଲରେ ଆଲୋଚନା କରି କାମ ଚାଲୁ ରହିଲେ କୌଣସି ଲାଭ ନାହିଁ। ଯଦି ଉଭୟ ସରକାର ଫଳପ୍ରଦ ଆଲୋଚନା ସହ ଆପୋଷ ସାମଧନ ଚାହୁଁଛନ୍ତି ତାହାଲେ କାମ ପ୍ରଥମେ ବନ୍ଦ କରି ଆଲୋଚନା କରନ୍ତୁ।ଏମିତି କି ମାମଲା ଟ୍ରିବ୍ୟୁନାଲରେ ଅଛି। ତେଣୁ ଉଭୟ ସରକାର ଆପୋଷ ସମାଧାନ କରିପାରିବେ କି ନାହିଁ ଦେଖନ୍ତୁ। ନୂଆ ସରକାର ସବୁବେଳେ ପୂର୍ବ ସରକାର ଉପରେ ଦୋଷ ଦେଉଛନ୍ତି। ଏବେ ବିଜେପି ସରକାର ଅଛନ୍ତି। ତେଣୁ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବନ ଦେଇଛି ବିଜେଡି ।

Latest Posts

Don't Miss