ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ

ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ପ୍ରଣୟ ମହାରଥୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ପ୍ରଣୟଙ୍କ ପୁଅ ଶାକ୍ୟ ପ୍ରତାପ ମହାରଥୀ । ତେବେ ମୃତ୍ୟୁ ବେଳକୁ ପ୍ରଣୟ ମହାରଥୀଙ୍କୁ 64 ବର୍ଷ ହୋଇଥିଲା ।
ଗତବର୍ଷ କରୋନାରେ ପ୍ରଦୀପ ମହାରଥୀଙ୍କ ମୃତ୍ୟୁର ଦୁଃଖକୁ ପରିବାର ଲୋକ ଭୁଲିପାରିନଥଇବା ବେଳେ ଚଳିତ ବର୍ଷ ତାଙ୍କ ଭାଇଙ୍କ କରୋନାରେ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଛି ।