ଧର୍ମେନ୍ଦ୍ରଙ୍କୁ ଜୟନାରାୟଣଙ୍କ ଗୁଣ୍ଡାଗର୍ଦ୍ଦି କଥା ମନେ ପକାଇଲେ ପ୍ରଣବ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି କଥା ମନେ ପକାଇଦେଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଜୟନାରାୟଣ ମିଶ୍ର ଅତିତରେ ବିଜେପି ରାଜ୍ୟ ସଭାପତିଙ୍କୁ ପିଟିପିଟି ରକ୍ତାକ୍ତ କରିଥିଲେ । ଏଥିପାଇଁ ସେ ୬ ବର୍ଷ ପାଇଁ ଦଳରୁ ସସପେଣ୍ଡ ହୋଇଥିଲେ । ଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଥିବା ସେଇ ନେତା ଗତକାଲି ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି ।

ବିଡମ୍ବନାର ବିଷୟ ଯେ ଯେଉଁ ଜୟନାରାୟଣଙ୍କ ଠାରୁ ରାଜ୍ୟ ସଭାପତି ଦିନ ମାଡ ଖାଇଥିଲେ ସେଇ ଜୟନାରାୟଣଙ୍କ ପାଇଁ ଓକିଲାତି କରିବାକୁ ତାଙ୍କୁ ବାଧ୍ୟ କରାଯାଉଛି । ବିଜେପି ଭଳି ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କୁ ବିରୋଧୀ ଦଳ ନେତା ଯେଉଁଭଳି ବ୍ୟବହାର କରିଛନ୍ତି ତାହା ଅତି ଦୁଃଖଦାୟକ । ଏଭଳି ଘଟଣାରେ ଧର୍ମେନ୍ଦ୍ର ପ୍ରଧାନ ଚୁପ ରୁହନ୍ତୁ ନାହିଁ ବୋଲି କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।