spot_img

Latest Posts

ପ୍ରଣବ ବଖାଣିଲେ ନବୀନଙ୍କ ଆକର୍ଷଣ ବ୍ୟକ୍ତିତ୍ବର ରହସ୍ୟ

ଭୁବନେଶ୍ବର: ବିକାଶର ନିରବ ସାଧକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ ନକରିବା ଯାଏ ନବୀନ ବିଶ୍ରାମ ନେବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିକଶିତ ଓଡ଼ିଶା ନିର୍ମାଣ ଚାଲିଛି । ଶଙ୍ଖ ଭବନରେ ନବୀନଙ୍କ ଆକର୍ଷଣ ବ୍ୟକ୍ତିତ୍ବର ରହସ୍ୟ ବଖାଣିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସବୁ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକପ୍ରିୟ ଓ ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ତାଙ୍କ ଏକମାତ୍ର ଲକ୍ଷ୍ଯ ବୋଲି ପ୍ରଣବ କହିଛନ୍ତି।

ନିରବ ସାଧକ ନବୀନ। ପ୍ରଣବ ବଖାଣିଲେ ନବୀନଙ୍କ ଆକର୍ଷଣ ବ୍ୟକ୍ତିତ୍ବର ରହସ୍ୟ। ନମ୍ବର ଓ୍ବାନ ନେତାଙ୍କ ଲକ୍ଷ୍ୟ।  ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା। ଦିନରାତି ଏକ କରି ନିର୍ମାଣ କରିଚାଲିଛନ୍ତି ବିକଶିତ ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜନୀତିର ନିରବ ସାଧକ । କଥା କମ , କାମ ଅଧିକ । ଦିନରାତି ଏକ କରି ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାକୁ  ପ୍ରୟାସ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଲକ୍ଷ୍ୟ । ଓଡ଼ିଶାକୁ ଭାରତ ବର୍ଷର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ଓ ଓଡ଼ିଶାବାସୀଙ୍କୁ ସଶକ୍ତ କରିବା ।

ଶଙ୍ଖଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ବକୁ ନେଇ ଏପରି କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଛନ୍ତି ଜାତୀୟ ସ୍ତରରେ ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ଦ୍ବାରା କରାଯାଇଥିବା ସର୍ଭେ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକପ୍ରିୟ ଓ ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି । ତାସତ୍ତ୍ବେ ବି ସେ କିନ୍ତୁ ନିଜର କର୍ତ୍ତବ୍ୟ ଜାରି ରଖିଛନ୍ତି । ଓଡ଼ିଶାକୁ କିପରି ନମ୍ବର ଓ୍ବାନ ରାଜ୍ୟରେ ପରିଣତ କରିବା ତାଙ୍କର ଏକମାତ୍ର ଲକ୍ଷ୍ଯ । ଆଉ ଏ ଲକ୍ଷ୍ୟ ପୂରଣ ନକରିବା ଯାଏ ସେ ବିଶ୍ରାମ ନେବ ନାହିଁ ବୋଲି ସଂକଳ୍ପ ନେଇଥିବା ପ୍ରଣବ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିକାଶ ଆଜି ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ୨୦୩୬କୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବ। ସବୁ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଶତ କରିବାକୁ ନବୀନ ଲକ୍ଷ୍ୟ ରଖିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ, ପର୍ଯ୍ୟଟନ ବିକାଶରେ ଓଡ଼ିଶାରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସେହିପରି ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶ ପାଇଁ ରୋଲ ମଡେଲ ସାଜିଥିବା ବେଳେ ଦ୍ରାରିଦ୍ର୍ଯ ହ୍ରାସ, ବେକାରୀ ହ୍ରାସ, ରାଜସ୍ବ ବୃଦ୍ଧି, ଖାଦ୍ୟ ବଳକା ରାଜ୍ୟରେ ଓଡ଼ିଶା ପରିଣତ ହୋଇ ମାଇଲଖୁଣ୍ଟ ଛୁଇଁଛି । ରାଜନୈତିକ ସମୀକ୍ଷକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ବକୁ ନେଇ ବିଜେଡି ସାଂଗଠନିକ ସମ୍ପାଦକ ଯାହା କହିଛନ୍ତି ତାହା ଓଡ଼ିଶାର ଦ୍ରୁତ ବିକାଶରୁ ଜଳଜଳ କରି ଅନୁଭବ କରି ହେଉଛି ବୋଲି କହିଛନ୍ତି ।

୨୦୦୦ ମସିହାରୁ ନବୀନ ନିରବ ସାଧକ ଭାବେ ଓଡ଼ିଶାକୁ ବିକାଶକୁ ନୂଆ ପରିଚୟ ଦେଇଛନ୍ତି। ଯେଉଁଥିପାଇଁ ପ୍ରତ୍ୟେକ ନିର୍ବାଚନରେ ଓଡ଼ିଶାବାସୀ ନବୀନଙ୍କୁ ଆର୍ଶୀବାଦ କରି ବିଜୟ ତିଳକ ପିନ୍ଧାଉଛନ୍ତି । ନବୀନଙ୍କ ନିରବ ସାଧାନା ଯୋଗୁଁ ଉନ୍ନତି ପଥେ ଆଗେଇଚାଲିଛି ଓଡ଼ିଶା।

Latest Posts

Don't Miss