ପ୍ରଣବଙ୍କ ଟାର୍ଗେଟରେ ରାଜ୍ୟ ବିଜେପି: କହିଲେ, ‘PMAYରେ ବିଜେପିର ହୀନ ରାଜନୈତିକ ଅଭିସନ୍ଧି ପ୍ରମାଣିତ ହୋଇଛି’
1 min readଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍ । ବର୍ଷେ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିଜେପି ସାଂସଦମାନେ ଅଭିଯୋଗ କରିଥିଲେ । ଆମେ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ, ସେମାନେ ଚୁପ୍ କାହିଁକି ବୋଲି ପ୍ରଣବ ପ୍ରକାଶ ଦାସ ପ୍ରଶ୍ନ କରିଛନ୍ତି । କିଏ ସେମାନଙ୍କୁ ଅଟକାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ । ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି । ବିଜେପିର ହୀନ ରାଜନୈତିକ ଅଭିସନ୍ଧି ପ୍ରମାଣିତ ହୋଇଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ଟ୍ବିଟ୍ କରି ଉଲ୍ଲେଖ କରିଛନ୍ତି ।
ବର୍ଷେ ତଳେ #PMAY ଯୋଜନାରେ ଅନିୟମିତତା ନେଇ ବିଜେପି ଏମପିମାନେ ଅଭିଯୋଗ କରିଥିଲେ। ଆମେ ତ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ। ହେଲେ ଏବେ ସେମାନେ ଚୁପ କଣ ପାଇଁ ? କିଏ ସେମାନଙ୍କୁ ଅଟକାଉଛି ? ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବଞ୍ଚିତ କରିବା ବିଜେପିର ହୀନ ରାଜନୈତିକ ଅଭିସନ୍ଧିକୁ ପ୍ରମାଣିତ କରୁଛି। #BJPFailedOdisha pic.twitter.com/3nW1OSaL6D
— Pranab Prakash Das (@pranabpdas) March 20, 2021