ଆନୁଷ୍ଠାନିକ ଭାବ OCA ସଭାପତି ହେଲେ ପ୍ରଣବ ପ୍ରକାଶ

କଟକ: ଓସିଏର ସଭାପତି ହେଲେ ପ୍ରଣବ ପ୍ରକାଶ ଦାସ । ଓସିଏର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଛି । ନାମ ଘୋଷଣା କଲେ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର । ଓସିଏର ଉପସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଓସିଏର ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ । ନିର୍ବାଚନ ପାଇଁ ପ୍ରଣବ ଏକମାତ୍ର ସଭାପତି ପ୍ରାର୍ଥୀଭାବେ ନାମାଙ୍କନ ଭରିଥିଲେ । ଫଳରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ବେହେରାଙ୍କ ପ୍ୟାନେଲର 6 ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପଦ ପାଇଁ ସଂଜୟ ବେହେରା, କୋଷାଧକ୍ଷ ପଦ ପାଇଁ ବିକାଶ ପ୍ରଧାନ, ସହ ସମ୍ପାଦକ ପାଇଁ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ ।