ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ସମ୍ବଲପୁରୀ ଷ୍ଟାଇଲରେ ଚାଲିଛି ଗୀତ ରେକଡିଂ

1 min read

ସମ୍ବଲପୁର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉଷ୍ମ ହେଉଛି ରାଜନୀତି l ବିଶେଷ କରି ସମ୍ବଲପୁର ସହରରେ ରାଜ୍ଯର ୩ ପ୍ରମୁଖ ଦର ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ତେବେ ପ୍ରଚାରର ପ୍ରମୁଖ ମାଧ୍ଯମ ସାଜିବ ନିର୍ବାଚନୀ ଗୀତ। ଏଥିପାଇଁ ସମ୍ବଲପୁରର ବିଭିନ୍ନ ଷ୍ଟୁଡିଓରେ ଚାଲିଛି ରେକର୍ଡିଂ। ପ୍ରାର୍ଥୀଙ୍କ ପରିଚୟ, ଦଳ ଓ ଦଳର କାର୍ଯ୍ଯକୁ ନେଇ ଚାଲିଛି ଗୀତ ପ୍ରସ୍ତୁତି।

ସମ୍ବଲପୁରୀ ଷ୍ଟାଇଲରେ ହେବ ପ୍ରଚାର । ଗୀତରେ ଗୀତରେ ପ୍ରାର୍ଥୀଙ୍କ ମିଳିବ ପରିଚୟ । ଦଳର ଚିହ୍ନ ସାଙ୍ଗକୁ ବାଣ୍ଟିବ ବିକାଶର ବାର୍ତ୍ତା । ଏଥିପାଇଁ ସମ୍ବଲପୁରର ବିଭିନ୍ନ ଷ୍ଟୁଡିଓରେ ଚାଲିଛି ଗୀତ ରେକର୍ଡିଂ । ସମ୍ବଲପୁର ସହରର ବଛା ବଛା ସମ୍ବଲପୁରୀ କଣ୍ଠଶିଳ୍ପୀ,  ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ରାପରେ ଗୀତ ଗାଇଛନ୍ତି । ବିଜେଡି ପ୍ରାର୍ଥୀ ପ୍ରଣବପ୍ରକାଶ ଦାସଙ୍କ ପାଇଁ ଗୀତ ଗାଇଛନ୍ତି GRM ବାବା । ରାପ ସଙ୍ଗ ମାଧ୍ୟମରେ ବିଜୁ ଜନତା ଦଳ ତାର ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ସହ ଭୋଟରଙ୍କୁ ସଚେତନ କରିବ ।

ଗଳି ଗଳିରେ ଶୁଭିବ ‘ଏ ମୋର ସେଲ୍ଫି ରାନୀ ଚୋକବାର’,  ‘ଖେଳ ହେବା ଶଙ୍ଖ ସବୁଆଡେ’,  ‘କେଁ କଟ କଟ କରୁଛେ ଗାଡି ଗୋ ଶଗଡ଼ ଗାଡି’ ପରି ଗୀତ  l ପୌର ନିର୍ବାଚନ ହେଉକି ପଞ୍ଚାୟତ ନିର୍ବାଚନ, ଲୋକସଭା ନିର୍ବାଚନ ହେଉକି ବିଧାନ ସଭା, ସଂଗୀତ ମାଧ୍ୟମରେ ଲୋକଙ୍କ ନିକଟବର୍ତ୍ତୀ ହୋଇଥାନ୍ତି ପ୍ରାର୍ଥୀ । ହାତରେ ଆଉ କମ ସମୟ ଧିବାରୁ 7-8 ଦିନ ହେଲା 27 ଜଣ କଳାକାରଙ୍କୁ ନେଇ ଚାଲିଛି ଗୀତ ରେକଡ଼ିଂ।