ଦଶରଥପୁରରେ ଧୁମଧାମରେ ପ୍ରଣବଙ୍କୁ ଜନ୍ମଦିନ ପାଳିତ

ଯାଜପୁର: ଆଜି ହେଉଛି ବିଜେଡି ସାଙ୍ଗଠିନକ ସମ୍ପାଦକ ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ୫୨ ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ଶୁଅ । ଯାଜପୁର ନିର୍ବାଚନ ମଣ୍ଡଳିରେ ପ୍ରଣବ ପ୍ରକାଶ ଦାସଙ୍କ ୫୨ ତମ ଜନ୍ମଦିନ ମହାସମାରୋହରେ ପାଳିତ ।

ଦଶରଥପୁର ବ୍ଳକ ବିଜେଡି ପକ୍ଷରୁ ସକାଳୁ କୁଆଁସ ମଙ୍ଗଳାଙ୍କ ପୀଠରେ ପୂଜାଚ୍ଚନା କରାଯାଇଛି । ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ନେତୃତ୍ୱରେ ଯାଜପୁର ବିଧାୟିକା ସୁଜାତା ସାହୁ, ବରିଷ୍ଠ ବେଜେଡି ନେତା କର୍ଣ୍ଣାଟ କେଶରୀ ଦାସ, ଦଶରଥପୁର ବ୍ଳକ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହି  ପ୍ରଣବଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏଥିସହ ମନ୍ଦିର ପରିସରରେ ବ୍ଲକ ବିଜେଡି ସଭାପତି ଅଜୟ ମହାନ୍ତିଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଯାଜପୁର ନିର୍ବାଚନ ମଣ୍ଡଳୀର ଚଇନିପୁର, ଶିମିଳିଆ, ମାଳଆନନ୍ଦପୁର ସମେତ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଏବଂ ବିଜେଡିର କର୍ମକର୍ତ୍ତା ଉପସ୍ଥିତ ରହି ବୃକ୍ଷରୋପଣ, ରକ୍ତଦାନ କରିବା ସହ କେକ କାଟି ପ୍ରଣବଙ୍କ ତ୍ତରୋତ୍ତୋର କାମନା କରିଥିଲେ । ଏଥିରେ ବହୁ ବିଜେଡି କର୍ମୀ ଏବଂ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ ।