ପ୍ରଣବ, ସଂଜୟ ଓ ପ୍ରତାପଙ୍କୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
1 min read
ଭୁବନେଶ୍ୱର : ବିଜେଡିର ୩ ବରିଷ୍ଠ ନେତାଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ବିଜୁ ଜନତା ଦଳର ସାଧାରଣ ସଂପାଦକ (ସଂଗଠନ) ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ଦଳର ପ୍ରଥମ ସଂଗଠନ ସମ୍ପାଦକ ଭାବେ ପ୍ରଣବଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସ ବର୍ମାଙ୍କୁ ବିଜେଡି ମୁଖ୍ୟ କାର୍ଯ୍ୟାଳୟର ସାଧାରଣ ସଂପାଦକ ଦାୟିତ୍ୱ ଦିଆଯାଇଛି ।

ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବିଜେଡିର ରିଟର୍ଣ୍ଣିଂ ଅଫିସର ଦାୟିତ୍ୱ ପ୍ରଦାନ କରାଯାଇଛି । ସମସ୍ତଙ୍କୁ ଆଜିଠାରୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି । ଏଥର ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନରେ ଯାଜପୁର ସର୍ବାଗ୍ରେ ରହିଥିଲା । ସାରା ରାଜ୍ୟରେ ସବୁଠାରୁ ଅଧିକ ସଭ୍ୟ ସଂଗ୍ରହ ଯାଜପୁରରେ ହୋଇଥିବାରୁ ପ୍ରଣବଙ୍କୁ ପୁରସ୍କାର ଦିଆଯାଇଥି୍ବା ଚର୍ଚ୍ଚା ହେଉଛି ।
