ପ୍ରଣବଙ୍କ ଦୃଢୋକ୍ତି: ୨୦୨୪ରେ ଐତିହାସିକ ବିଜୟ ହାସଲ କରିବ ବିଜେଡି

ଭୁବନେଶ୍ବର: ୨୦୨୪ରେ ଐତିହାସିକ ବିଜୟ ଆଡକୁ ଗତି କରୁଛି ବିଜେଡି । ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ଏହା ମନସ୍ଥ କରିସାରିଛନ୍ତି ଓଡ଼ିଶାବାସୀ । ନବୀନଙ୍କ ପ୍ରତି ଲୋକଙ୍କ ବଢିଚାଲିଛି ଆସ୍ଥା ବୋଲି କହିଛନ୍ତି ପ୍ରଣବ । ସାଢେ ଚାରିକୋଟି ଓଡ଼ିଶା ବାସୀଙ୍କ ବଳ ବିଜୁ ଜନତା ଦଳ । ସବୁ ଜାତୀୟ ସର୍ଭରେ ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ ହୋଇଛନ୍ତି । ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ରୁ ୩୦ ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା ବିଜେଡି । ଏହା ଓଡ଼ିଶାବାସୀଙ୍କ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ପ୍ରତିପାଦିତ କରୁଛି। ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି ।