ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ,୮୪ ବର୍ଷ ବୟସରେ ନେଲେ ମେଲାଣି,ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
2 min readନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ପରଲୋକ ଘଟିଛି । ଏନେଇ ତାଙ୍କ ପୁତ୍ର ଅଭିଜିତ୍ ମୁଖାର୍ଜୀ ସୂଚନା ଦେଇଛନ୍ତି । ପ୍ରଣବ ଥିଲେ ଦେଶର ୧୩ ତମ ରାଷ୍ଟ୍ରପତି । ତାଙ୍କ ମୃତ୍ୟୁ ଖବର ଆସିବା ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଗୃହମନ୍ତ୍ରୀ ଅମିତ ଅନୀଲ ଚନ୍ଦ୍ର ଶାହ ପ୍ରମୁଖ ଟ୍ୱିଇଟ୍ କରି ଶୋକ ପ୍ରକାଶ କରିଛନ୍ତି ।
With a Heavy Heart , this is to inform you that my father Shri #PranabMukherjee has just passed away inspite of the best efforts of Doctors of RR Hospital & prayers ,duas & prarthanas from people throughout India !
I thank all of You ?— Abhijit Mukherjee (@ABHIJIT_LS) August 31, 2020
ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ତେବେ ବ୍ଲଡ୍ କ୍ଲଟିଙ୍ଗ ପାଇଁ ତାଙ୍କର ସର୍ଜରୀ ଚାଲିଥିଲା । ଗତ କିଛି ଦିନ ତଳେ ସେ ଚିକିତ୍ସା ପାଇଁ ଯିବା ପରେ ସେ କରୋନର ଶୀକାର ହୋଇଥିବା ଜଣାପଡ଼ିଥିଲା ।
पूर्व राष्ट्रपति, श्री प्रणब मुखर्जी के स्वर्गवास के बारे में सुनकर हृदय को आघात पहुंचा। उनका देहावसान एक युग की समाप्ति है। श्री प्रणब मुखर्जी के परिवार, मित्र-जनों और सभी देशवासियों के प्रति मैं गहन शोक-संवेदना व्यक्त करता हूँ।
— President of India (@rashtrapatibhvn) August 31, 2020
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବଙ୍କ ବିୟୋଗରେ ଟ୍ୱିଇଟ୍ ଯୋଗେ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ବିୟୋଗ ଅଗଷ୍ଟ ୮, ୨୦୧୯ରେ ପ୍ରଣବଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।
Deeply saddened to know about the demise of former President #PranabMukherjee. #PranabDa was a prolific reader, powerful orator, scholar & had an unparalleled experience in governance. He will always be remembered for his exceptional ability to forge consensus on national issues.
— Naveen Patnaik (@Naveen_Odisha) August 31, 2020
ସେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଲୋକସଭା, ରାଜ୍ୟସଭାରେ ପ୍ରତିନିଧିତ୍ୱ କରିସାରିଛନ୍ତି । ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଣବଙ୍କ ବିୟୋଗରେ ଶୋକ ପ୍ରକାଶ କରି ଟ୍ୱିଇଟରେ ତାଙ୍କ ରାଜନୀତିକ ଯାତ୍ରାକୁ ସଫଳ ବୋଲି କହିବା ସହ ତାଙ୍କୁ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ବୋଲି କହିଥିଲେ ।
India grieves the passing away of Bharat Ratna Shri Pranab Mukherjee. He has left an indelible mark on the development trajectory of our nation. A scholar par excellence, a towering statesman, he was admired across the political spectrum and by all sections of society. pic.twitter.com/gz6rwQbxi6
— Narendra Modi (@narendramodi) August 31, 2020
ଉଲ୍ଲେଖଯୋଗ୍ୟ ଗତ ୨୦ ଦିନ ତଳେ ପ୍ରଣବ ମୁଖାର୍ଜୀଙ୍କୁ ନୂଆଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍ଗିନ ଥିଲା । ଏହାପରେ ତାଙ୍କର ବ୍ରେନରେ ଥିବା ବ୍ଲଡ୍ କ୍ଲଟିଂ ସମସ୍ୟାକୁ ଭଲ କରିବା ପାଇଁ ଅଗଷ୍ଟ ୧୦ ତାରିଖରେ ତାଙ୍କର ସର୍ଜରୀ କରାଯାଇଥିଲା । ସର୍ଜରୀ ପରେ ତାଙ୍କୁ ଭେନଟିଲେଟରରେ ରଖାଯାଉଥିଲା । ଭେନଟିଲେଟରକୁ ନେବା ପରେ ପରେ ହିଁ ଜଣାପଡ଼ିଥିଲା ଯେ ସେ କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଏହାପରେ ଅଗଷ୍ଟ ୧୯ ତାରିଖରେ ତାଙ୍କର ଫୁସଫୁସ୍ ସାମୟିକ ଭାବେ କାର୍ଯ୍ୟ କରିବା ବନ୍ଦ କରିଥିଲା । ଗତ ଅଗଷ୍ଟ ୧୯ଠାରୁ ପ୍ରତ୍ୟହ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟୁଥିଲା । ଏହି କ୍ରମରେ ଆଜି ତାଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି ।