ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

1 min read

ପଣଜୀ: ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପଣଜୀର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଶପଥ ନେଇଛନ୍ତି ପ୍ରମୋଦ ସାୱନ୍ତ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା, ହରିୟାଣାର ମୁଖ୍ୟମନ୍ତ୍ରୀ ଏମଏଲ ଖଟ୍ଟର, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁସ୍କର ଧାମୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସମେତ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ଶପଥ ଗ୍ରହଣ ଉତ୍ସବରେ ପାଖାପାଖି ୧୫ ହଜାର ଲୋକ ସାମିଲ ଥିଲେ ।

ନିକଟରେ ହୋଇଥିବା ବିଧାନସଭା ନିର୍ବଚନରେ ବିଜେପି ୪୦ରୁ ୨୦ଟି ଆସନରେ ବିଜୟୀ ହୋଇଥିଲା । ବିଜେପି ସରକାରକୁ ଏମଜିପିର ୨ ଓ ୩ ସ୍ବାଧୀନ ବିଧାୟକ ସମର୍ଥନ ଜଣାଇଥିଲେ । ପ୍ରମୋଦଙ୍କ ସହ ବିଶ୍ୱଜିତି ରାଣେ, ମୌବିନ ଗୋଡ଼ିହ୍ନେ, ରବି ନାୟକ, ନିଲେଶ କାବରାଲ, ଶୁଭାସ ଶିରୋଡକର, ରୋହନ ଖୋଟେ, ଅତାନାସିୟୋ ମୋନସେରାଟ ଏବଂ ଗୋବିନ୍ଦ ଗୋଡେ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି ।

https://nandighoshatv.compramod-sawant-oath-ceremony-today/

ଶପଥ ନେବା ପୂର୍ବରୁ ପ୍ରମୋଦ ସାୱନ୍ତ ମନ୍ତ୍ରୀମାନଙ୍କ ସୂଚୀ ରାଜଭବନ ଯାଇ ରାଜ୍ୟପାଳ ଶ୍ରୀଧରଣ ପିଲ୍ଲଇଙ୍କୁ ଦେଇଥିଲେ ।