ଖେଳରତ୍ନ ପାଇବେ ପ୍ରମୋଦ ଭଗତ

ଭୁବନେଶ୍ବର: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇବେ ପାରାଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ । ପ୍ରମୋଦଙ୍କ ସହ ମୋଟ ୧୨ ଜଣ କ୍ରୀଡାବିତଙ୍କୁ ଚଳିତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ । ଏନେଇ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି  । ପ୍ରମୋଦଙ୍କୁ ଖେଳରତ୍ନ ପାଇଁ ଗତ ବୁଧବାର କମିଟି ସୁପାରିଶ କରିଥିଲା । ଖେଳରତ୍ନ ପାଇବାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡ଼ିଆ । ପ୍ରମୋଦଙ୍କ ସହ ମୋଟ ୧୨ ଜଣଙ୍କୁ ଏହି ସମ୍ମାନ ଜନକ ଖେଳରତ୍ନ ଦିଆଯିବ । ଏହା ପୂର୍ବରୁ କୌଣସି ଓଡିଆ ଖେଳରତ୍ନ ପୁରସ୍କାର ପାଇନଥିଲେ । ଖେଳରତ୍ନ ପୁରସ୍କାର ପାଇବା ପରେ ପ୍ରମୋଦ କହିଛନ୍ତି କି ଆଜି ମୋ ପାଇଁ ଏକ ଖୁସିର ଦିନ, ମୋତେ ଆସନ୍ତା ୧୩ ତାରିଖରେ ଖେଳରତ୍ନ ପୁରସ୍କାର ମିଳିବ। ଏଥିପାଇଁ ମୁଁ ବହୁତ ଉତ୍ସାହିତ । ପ୍ରଥମ ଓଡ଼ିଆ ଭାବେ ମୋତେ ଏହି ପୁରସ୍କାର ମିଳିବାକୁ ଯାଉଥିବାରୁ ମୁଁ ନିଜକ ଗର୍ବିତ ଅନୁଭବ କରୁଛି । ଏହି ପୁରସ୍କାର ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କୁ  ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ପ୍ରମୋଦ ଭଗତ।

ପ୍ରମୋଦଙ୍କ ବ୍ୟତୀତ ଖେଳରତ୍ନ ପାଉଥିବା କ୍ରୀଡାବିତମାନେ ହେଲେ ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚେପ୍ରା, ରେସଲର୍ ରବି ଦାହିୟା, ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍, ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ଖେଳାଳି କ୍ରିଷ୍ଣା ନାଗର ଓ ପାରା ଶୁଟର୍ ମନୀଷ ନରଓ୍ବାଲ।

Leave a Reply