Tokyo Paralympics: ବ୍ୟାଡମିଣ୍ଟନ ଡବଲ୍ସରେ ବ୍ରୋଞ୍ଜ ପାଇଁ ଲଢିବେ ପ୍ରମୋଦ ଓ ପଲକ

ଟୋକିଓ: ସ୍ୱର୍ଣ୍ଣ ବିଜୟ ପରେ ଆଜି ବ୍ରୋଞ୍ଜ ପାଇଁ ଲଢେଇ କରିବେ ପାରା ଅଲମ୍ପିଆନ ପ୍ରମୋଦ ଭଗତ। ଆଜି ବ୍ୟାଡମିଣ୍ଟନ ଡବଲ୍ସରେ ଜାପାନ ବିପକ୍ଷରେ ଖେଳିବ ଭାରତ। ସକାଳ ୮ଟା ୪୫ରେ ଏହି ଖେଳ ଆରମ୍ଭ ହେବାକୁ ଯାଉଛି।

ପ୍ରମୋଦ ଭଗତ ଓ ପଲକ କୋହଲି ଜାପାନର ଆକିକୋ ଏବଂ ଡାଇସୁକେଙ୍କୁ ଭେଟିବେ। ଗତକାଲି ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଥିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ଜିତିଥିଲେ ସ୍ୱର୍ଣ୍ଣ ପଦକ । ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି ।

ପ୍ରମୋଦ ନିଜର ବିଶ୍ୱର ୧ ନମ୍ବର ଖେଳାଳି ମାନ୍ୟତାକୁ ବି ବଜାୟ ରଖିଛନ୍ତି । ଏଭଳି ସ୍ବର୍ଣ୍ଣିମ ବିଜୟ ପରେ ପ୍ରମୋଦଙ୍କ ଗାଁ ଏବେ ଉତ୍ସବ ମୁଖର ହୋଇପଡିଛି । ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଆଜି ମଧ୍ୟ ଡବଲ୍ଟରେ ଚମତ୍କାର ପ୍ରଦର୍ଶନ କରି ଭାରତ ବ୍ରୋଞ୍ଜ ମେଡାଲ ହାତେଇବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୭ଟି ମେଡାଲ ହାତେଇଛି ଭାରତ।

ଅଧିକ ପଢନ୍ତୁ– ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦଙ୍କ ଜଲୱା, ଜିତିଲେ ସ୍ୱର୍ଣ୍ଣ

ତେବେ ଅଲମ୍ପିକ୍ସରେ ମଧ୍ୟ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ପାରା ଅଲମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ ସହ ଏବେ ସୁଦ୍ଧା ଭାରତ ୧୭ ପଦକ ଜିତିଛି।

 

Leave a Reply