spot_img

Latest Posts

ପ୍ରମିଳା ମଲ୍ଲିକଙ୍କୁ ଆଉ ଦୁଇଟି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ

ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ଦୁଇଟି ବିଭାଗର ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କୁଲ ଓ ଗଣଶିକ୍ଷା ଏବଂ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ ପ୍ରମିଳା । ସେ ଏବେ ରାଜସ୍ବ ମନ୍ତ୍ରୀ ରହିଥିବାବେଳେ ଏହି ଦୁଇ ବିଭାଗର ଦାୟିତ୍ବ ମଧ୍ୟ ତୁଲାଇବେ।

ଗତକାଲି ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହି ଘଟଣା ପରେ ଆଗକୁ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ବର୍ଷେ ବାକିଥିବା ବେଳେ ଏଭଳି ସମୟରେ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ଓ ଦଳ ଓ ସରକାରରେ ଚଞ୍ଚଳତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଆଗକୁ ବାଚସ୍ପତି ପଦରେ କିଏ ବସିବ ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବେ ଏବଂ ମନ୍ତ୍ରୀମାନଙ୍କ ବିଭାଗରେ କେତେ ଅଦଳବଦଳ ହେବ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

 

Latest Posts

Don't Miss