ଅପରାଜିତାଙ୍କୁ ପ୍ରମିଳାଙ୍କ ପାଲଟା ପ୍ରଶ୍ନ, ଏତେ ବ୍ୟତିବ୍ୟସ୍ତ କାହିଁକି ?

ଭୁବନେଶ୍ୱର: ଅପରାଜିତାଙ୍କ ପ୍ରଶ୍ନକୁ ନେଇ ଉତ୍ତର ଦେଲେ ବିଜେଡ଼ି ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ  ।   ବିଜେଡି ପ୍ରଶିକ୍ଷଣ ଶିବିରକୁ ନେଇ ସାଂସଦ ପ୍ରଶ୍ନ ଉଠାଇଥିବା ବେଳେ ଅପରାଜିତାଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେପି କାର୍ଯ୍ୟକ୍ରମ ଦିନ କାହିଁକି ବିଜେଡ଼ି କାର୍ଯ୍ୟକ୍ରମ କରୁଛି ବୋଲି ପ୍ରଶ୍ନ କରିଥିଲେ ଅପରାଜିତା  । ଏହାର ଉତ୍ତରରେ ପ୍ରମିଳା କହିଛନ୍ତି, ବିଜେଡି ପ୍ରତିବର୍ଷ ପଦଯାତ୍ରା କରୁଛି । ବିଜେପି ନେତାମାନେ ଏତେ ବ୍ୟତିବ୍ୟସ୍ତ କାହିଁକି ବୋଲି ପ୍ରମିଳା ପାଲଟା ପ୍ରଶ୍ନ କରିଛନ୍ତି ?

ବିଜେପି ନେତାମାନେ ଅନ୍ୟ ରାଜ୍ୟରୁ ନେତା ଆମଦାନୀ କରୁଥିବା ପ୍ରମିଳା ଆକ୍ଷେପ କରିବା ସହ ଆଗ ରାଜ୍ୟକୁ ଭଲ ପାଇବାକୁ ସେ ପ୍ରରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜ୍ୟକୁ ଭଲ ପାଆନ୍ତି । ପୁଞ୍ଜିନିବେଶ ପାଇଁ ବେଙ୍ଗାଳୁରୁ ଯାଇ ମଧ୍ୟ ସେ ଦଳୀୟ କର୍ମୀଙ୍କୁ ଆଜି ସମ୍ବୋଧିତ କରିଛନ୍ତି । ଧାର କରି ନେତା ଆଣିବାରେ ବିଜେପି ବ୍ୟସ୍ତ । ଏଠାରେ କେବଳ ନବୀନ ମନ୍ତ୍ର ହିଁ କାମ କରିବ ବୋଲି ପ୍ରମିଳା କହିଛନ୍ତି ।