ବିଗଗସ୍ ୧୬ରେ ଓଡ଼ିଆ ହିରୋଇନ୍ ପ୍ରକୃତି ମିଶ୍ର

ନନ୍ଦିଘୋଷ ବ୍ୟୁରୋ: ବିଗଗସ୍ ୧୬ରେ ଓଡିଆ ସେନସେସନ୍ ପ୍ରକୃତି ମିଶ୍ର। ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସୋ ବିଗବସ ହାଉସକୁ ପ୍ରକୃତି ଏଣ୍ଟ୍ରି କରିବା ଏକପ୍ରକାର ନିଶ୍ଚିତ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଗବସ୍ ୧୬କୁ ମୁନ୍ନବର ଫାରୁକି, ଶିବିନ ନାରଙ୍ଗ, ସୁମ୍ବୁଲ ତୌକିରଙ୍କ ସହ ପ୍ରକୃତି ମିଶ୍ର ଯିବା ଉପରେ ମୋହର ବାଜିଥିବା ଜଣାପଡିଛି। ବିଗବସ୍ ହାଉସର ଇନସାଇଡ୍ ନ୍ୟୁଜ ଦେଉଥିବା ଚର୍ଚ୍ଚିତ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଦି ଖବରୀ ଏନେଇ ସୂଚନା ଦେଇଛି। ଜଣାଶୁଣା ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ର ଚଳଚ୍ଚିତ୍ର ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ବାବୁସାନଙ୍କ ସହ ଲିଙ୍କ ଅପକୁ ନେଇ ଖବରରେ ରହିଥିଲେ ପ୍ରକୃତି । ଓଡ଼ିଆ ଫିଲ୍ମରେ ଚାଇଲଡ୍ ଆର୍ଟିଷ୍ଟ ଭାବେ ଡେବ୍ୟୁ କରିଥିବା ପ୍ରକୃତି ହିନ୍ଦୀ ଧାରାବାହିକ ଲାଲ ଇସ୍କ, ଏକ୍ ଅଫ୍ ସ୍ପେସ୍, ଇଣ୍ଡିଆ ବେଷ୍ଟ ସିନେଷ୍ଟାରରେ କାମ କରିଛନ୍ତି। ତେବେ ବିଗବସ୍ରେ ପ୍ରକୃତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କେଉଁ ଫର୍ଦ୍ଦ ଖୋଲିବ, ତା ଉପରେ ଓଡ଼ିଆ ଦର୍ଶକଙ୍କ ନଜର ରହିବ। ପୂର୍ବ ସିଜିନ୍ ମାନଙ୍କରେ ବିଗବସ୍ ହାଉସରେ ବହୁ ବଡ଼ ବଡ଼ ସେଲିବ୍ରିଟି ରହିବା ପାଇଁ ସଂଘର୍ଷ କରିଛନ୍ତି। ପ୍ରତିକୂଳ ପରିସ୍ଥିତିର ସାମନା କରି ଆଗକୁ ବଢ଼ିବା ପ୍ରକୃତିଙ୍କ ପାଇଁ ବି ବେଶ୍ ଚ୍ୟାଲେଞ୍ଜିଂ ହେବ।