ଅଭିନେତା ପ୍ରକାଶ ରାଜ୍‌ଙ୍କ ଦୁର୍ଘଟଣା: ସର୍ଜରୀ ପାଇଁ ମେଡିକାଲରେ ଭର୍ତ୍ତି

1 min read

ହାଇଦ୍ରାବାଦ: ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ସାଉଥ୍‌ ଅଭିନେତା ପ୍ରକାଶ ରାଜ୍ । ଉଭୟ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ନିଜ ନେଗେଟିଭ୍ ଚରିତ୍ର ପାଇଁ ବେଶ ପରିଚିତ ପ୍ରକାଶ ରାଜ୍‌ଙ୍କ ଫ୍ୟାକଚର ହୋଇଛି । ଏଣୁ ତାଙ୍କୁ ସର୍ଜରୀ ନିମନ୍ତେ ହାଇଦ୍ରାବାଦ ନିଆଯାଇଛି । ତେବେ ବିଶେଷ ବଡ଼ ଧରଣ କୌଣସି ଅସୁବିଧା ହୋଇନଥିବା ନିଜେ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଜଣାଇଛନ୍ତି ପ୍ରକାଶ । ପଡ଼ି ଯିବାରୁ ଛୋଟ ଫ୍ୟାକଚର ହୋଇଛି ଏବଂ ସେ ସର୍ଜରୀ ଲାଗି ହାଇଦ୍ରାବାଦ ଯାଉଛନ୍ତି । ଡା ଗୌରବ ରେଡ୍ଡୀ ତାଙ୍କ ସହିତ ଅଛନ୍ତି ଚିନ୍ତା କରିବା କୌଣସି କାରଣ ନାହିଁ ବୋଲି ଟ୍ୱିଟ୍‌ରେ ଲେଖିଛନ୍ତି ପ୍ରକାଶ ରାଜ ।

ସୂଚନା ଯୋଗ୍ୟ ଯେ, ଖୁବଶୀଘ୍ର ପ୍ରକାଶ ରାଜ୍‌ଙ୍କୁ ଫିଲ୍ମ ପାଦାରେ ଦେଖିବାକୁ ମିଳିବ । ସେ ଏହି ଫିଲ୍ମ ପୋଷ୍ଟରକୁ  ସୋସିଆଲ୍ ମିଡିଆରେ ସେୟାର କରିଥିବା ବେଳେ ଏହାର ଟିଜର୍ ଖୁବଶୀଘ୍ର ରିଲିଜ୍ ହେବ ବୋଲି କହିଛନ୍ତି । ସେ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ନିଜ ସାଥି କଳାକାରଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ସହ କାମ କରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply