ରାତିରେ ଲାଞ୍ଚ ନେଉଥିଲେ ନିମାପଡ଼ା ସବ ରେଜିଷ୍ଟ୍ରର କାର୍ଯ୍ୟାଳୟର କିରାଣୀ, ମାଡ଼ିବସିଲା ଭିଜିଲାନ୍ସ
ନିମାପଡା: ଲାଞ୍ଚ ନେଉଥିଲେ, ରାତି ଅଧିଆ ଧରାପଡିଲେ । ପୁରୀ ଜିଲ୍ଲା ନିମାପଡ଼ା ସବ ରେଜିଷ୍ଟ୍ରର ଅଫିସରେ ଭିଜିଲାସ ଚଢ଼ାଉ । ସବ ରେଜିଷ୍ଟ୍ରର ଅଫିସର ମୁଖ୍ୟ କିରାଣୀ ପ୍ରକାଶ କୁମାର ଦାସ ଆଖି ବୁଜି ଲାଞ୍ଚ କାରବାର କରୁଛିବା ବେଳେ ମାଡି ବସିଲା ଭୁବନେଶ୍ୱର ଭିଜିଲାନ୍ସ ଟିମ । ଏବଂ ଏହି ଲାଞ୍ଚ କାରବାରରେ ଧରାପଡିଛନ୍ତି ରାତ୍ରୀ ଜଗୁଆଳି ହରିହର ଦାସ ।
ସୂଚନା ମୁତାବକ ନିମାପଡ଼ା ଅଞ୍ଚଳର ଏକ ଜମି ବିକ୍ରି ପାଇଁ ଲାଞ୍ଚ ଭାଗବଣ୍ଟା କରୁଥିଲେ ମୁଖ୍ୟ କିରାଣୀ । ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାସ ହାତରେ ଧରା ପଡିଛନ୍ତି ନିମାପଡ଼ା ରେଜିଷ୍ଟର କାର୍ଯ୍ୟାଳୟର ଦୁଇ କର୍ମଚାରୀ ।
ନିମାପଡ଼ା ଥାନା ବଳଙ୍ଗା ଅଞ୍ଚଳର ନକୁଳ ତରଣ ପ୍ରଧାନଙ୍କ ଅଭିଯୋଗ ମୁତାବକ ସବ ରେଜିଷ୍ଟର ଅଫିସରେ କାର୍ଯ୍ୟ କରୁଥିବା ମୁଖ୍ୟ କିରାଣୀ ପ୍ରକାଶ କୁମାର ଦାସ ଏକ ଜାଗା ବିକ୍ରି କାଗଜପତ୍ର କରାଇଦେବା ନେଇ ଲାଞ୍ଚ ମାଗିଥିଲେ । ଏବଂ ପୂର୍ବ କଥା ମୁତାବକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଘଟଣା ବିଷୟରେ ସୂଚନା ମୁତାବକ ସେହି ସମୟରେ ମାଡି ବସିଥିଲେ ।