spot_img

Latest Posts

ଲକଡାଉନ ଭିତରେ କୋଟି କୋଟି ହିତାଧିକାରୀଙ୍କ ଖାତାକୁ ସରକାର ପଠାଇଲେ ୫୦୦ ଟଙ୍କା, ଜାଣନ୍ତୁ କେବେ ଓ କେମିତି ଉଠାଇବେ ଟଙ୍କା

ନୂଆଦିଲ୍ଲୀ: କରୋନା ସଙ୍କଟରୁ ଦେଶକୁ ରକ୍ଷା କରିବା ପାଇଁ ସରକାର ଲକଡାଉନକୁ ମେ ୧୭ ଯାଏଁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ଯୋଗୁଁ ସବୁଠୁ ଅଧିକ ଗରୀବ ପରିବାର ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ସେହି ଗରୀବ ପରିବାରର ମହିଳା ମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଜନଧନ ଖାତାରେ ପ୍ରତ୍ୟେକ ମାସ ୫୦୦ ଟଙ୍କା ଡିପୋଜିଟ କରିବ । ଏହି ସାହାଯ୍ୟ ୩ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରକାର ସୂଚନା ଦେଇଛନ୍ତି । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ସରକାର ମହିଳା ଜନଧନ ଯୋଜନା ଆଧାରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦ ଟଙ୍କା ପଠାଇବା ଆରମ୍ଭ କରିଦେଲେଣି ।

କିନ୍ତୁ, ଆଶଙ୍କା ରହୁଛି ଯେ, ଲୋକଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିସାରିବା ପରେ ବ୍ୟାଙ୍କର ବ୍ରାଞ୍ଚରେ ଟଙ୍କା ଉଠାଇବା ପାଇଁ ଭିଡ଼ ଜମିପାରେ ।  ଏହି କାରଣରୁ ବ୍ୟାଙ୍କ ଟଙ୍କା ଉଠାଇବା ପାଇଁ ଏକ ଉପାୟ ବାହାର କରିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଏକ ଟାଇମ ଟେବୁଲ ପ୍ରସ୍ତୁତ କରିଛନ୍ତି ଯାହା ଆଧାରରେ ହିତାଧିକାରୀ ଖାତାରୁ ଟଙ୍କା ଉଠାଇ ପାରିବେ ।

ଏହି ଉପାୟରେ ବାହାର କରିପାରିବେ ଟଙ୍କା-

ସରକାରଙ୍କ ଅନୁରୋଧ କରିଛନ୍ତି ଯେ ହିତାଧିକାରୀ ମାନେ ନିଜ ଆଖପାଖ ଅଞ୍ଚଳରେ ଥିବା ଏଟିଏମରୁ ଟଙ୍କା ଉଠାଇ ପାରିବେ । ହିତାଧିକାରୀଙ୍କୁ ବ୍ୟାଙ୍କ ଆଗରେ ଭିଡ଼ ଜମାଇବାକୁ ମନା କରିଛନ୍ତି ସରକାର ।

ମେ’ ୯ ତାରିଖ ଭିତରେ ସବୁ ଆକାଉଣ୍ଟକୁ ଆସିଯିବ ପ୍ରଥମ କିସ୍ତି ଟଙ୍କା-

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମହିଳାଙ୍କ ଜାନଧନ ଆକାଉଣ୍ଟରେ ତିନିମାସ ପାଇଁ ପ୍ରତି ମାସରେ ୫୦୦ ଟଙ୍କା ପ୍ରଦାନ କରାଯିବ। ସେମାନଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ଅନୁଯାୟୀ, ବିଭିନ୍ନ ଦିନରେ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବ । ଯାହାଦ୍ୱାରା କୌଣସି ବ୍ୟାଘାତ ସୃଷ୍ଟି ହେବନାହିଁ ।

ସମୟ ସାରଣୀ ଉପରେ ଆଧାର କରି ଟଙ୍କା ପ୍ରତ୍ୟାହାର କରିବାକୁ ସମର୍ଥ ହେବ-

ବର୍ତ୍ତମାନ, କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ସାମାଜିକ ଦୂରତାକୁ ଧ୍ୟାନରେ ରଖିଛନ୍ତି । ବ୍ୟାଙ୍କଗୁଡିକ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ଆକାଉଣ୍ଟ ନମ୍ବର ଉପରେ ଆଧାର କରି ଏକ ଟାଇମ୍ ଟେବୁଲ୍ ଜାରି କରିଛନ୍ତି, ଯାହା ଆଧାରରେ ହିତାଧିକାରୀମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । କେବଳ ମେ’ ମାସ ପାଇଁ ବ୍ୟାଙ୍କଗୁଡିକର ଏହି ଟାଇମ ଟେବୁଲ ପ୍ରଯୁଜ୍ୟ ରହିବ ।

 

Latest Posts

Don't Miss