ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା , ଏଥର ଅଦାଲତରେ ନିୟମିତ ହେବେ ହାଜର

ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା । ଟାଟା ମୋଟର୍ସ ଠକେଇ ମାମଲାରେ ସ୍ଥଗିତାଦେଶକୁ ଉଠାଇଦେଲେ କୋର୍ଟ । ଏଣିକି ଅଦାଲତରେ ନିୟମିତ ହାଜର ହେବାକୁ ହେବ । ହାଇକୋର୍ଟଙ୍କ ଆଦେଶକୁ ସେ ନିୟମିତ ଭାବେ ଅବମାନନା କରିଆସୁଥିଲେ । କୋର୍ଟରେ ହାଜର ହେଉନଥିଲେ ପ୍ରଦୀପ । ଯାହାର ବିଚାର କରି ସମସ୍ତ ସ୍ଥଗିତାଦେଶକୁ ହଟାଇ ଦେଇଛନ୍ତି କୋର୍ଟ । ପ୍ରଦୀପଙ୍କ ସହ ଅନ୍ୟ ଅଭିଯୁକ୍ତ ବି ହାଜର ହେବେ ।

ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଅଛନ୍ତି । ତାଙ୍କ ବିରୋଧରେ ମିଛ କହି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲୋକଙ୍କୁ ଠକିଥିଲେ । ଟାଟା ମୋଟର୍ସରେ ପାସେଞ୍ଜର ଡିଭିଜନରେ ଚାକିରି ଦେବେ କହିଥିବା ନେଇ ଅଭିଯୋଗ ହୋଇଥିଲା । ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କଠୁ ଠକିଥିବା ନେଇ ଅଭିଯୋଗ ହୋଇଥିଲା । ଠକେଇରେ ପ୍ରଦୀପଙ୍କ ସହଯୋଗୀ ଥିଲେ ଭାବୀ ଜ୍ବାଇଁ ଆକାଶ ପାଠକ । ଏହାକୁ ନେଇ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ ଅଭିଯୋଗ କରିବା ସହ ଠକେଇର ଶିକାର ଲୋକେ ମଧ୍ଯ ଅଭିଯୋଗ କରିଥିଲେ ।