ଦଳରୁ ବିଦା ହେବା ପରେ ହିତାହିତ ଜ୍ଞାନ ହରାଇ ସାରିଲେଣି ପ୍ରଦୀପ…!

1 min read

ଭୁବନେଶ୍ୱର: ବିଜେଡିରୁ ବିଦା ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ହୋସ୍‌ ହରାଇ ବସିଛନ୍ତି । କେତେବେଳେ ଝିଅ ଓ ଠକ ଭାବି ଜ୍ୱାଇଁ ପାଇଁ ଭାବ ପ୍ରବଣ ହୋଇଯାଉଛନ୍ତି ତ, ଆଉ କେତେବେଳେ ସାମ୍ବାଦିକଙ୍କୁ ସାମ୍ବାଦିକତା ପାଠ ପଢ଼ାଉଛନ୍ତି । ରବିବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ ପ୍ରଦୀପ । ସେଠାରେ ସେ ନିଜ ବହିଷ୍କାର ପ୍ରସଙ୍ଗରେ କମ୍‌ କହିଥିବା ବେଳେ ପାଠକ୍‌ ବାପ-ପୁଅଙ୍କ ବିଷୟରେ ଅଧିକ କହିଥିଲେ ।

Abhay-Kant-Pathak

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଅଭୟକାନ୍ତ ଓ ତାଙ୍କ ଆକାଶ ପାଠକ ପାଇଁ ଅଧିକ ଓକିଲାତି କରିଛନ୍ତି ପ୍ରଦୀପ । ସେ କହିଛନ୍ତି, ଅଭୟକାନ୍ତ ପାଠକ ଜଣେ ସଚ୍ଚୋଟ ଅଫିସର । ସେହିଭଳି ଆକାଶ ପାଠକ, ଟାଟା କମ୍ପାନୀରେ ବଡ଼ ଅଧିକାରୀ ଥିଲେ ଓ ତାଙ୍କୁ ଯାଆସ ପାଇଁ କମ୍ପାନୀ ଚାର୍ଟର ଫ୍ଲାଇଟ୍‌ ଯୋଗାଇ ଦେଉଥିଲା । ବିଧାୟକ କହିଛନ୍ତି, ସେ ମଧ୍ୟ ଥରେ ସେ ଚାର୍ଟର ଫ୍ଲାଇଟ୍‌ରେ ଗସ୍ତ କରିଛନ୍ତି ଓ ଆକାଶ ତାଙ୍କୁ ଚାର୍ଟର ଫ୍ଲାଇଟ୍‌ରେ ନେଇଥିଲେ ।

ତେବେ ପ୍ରଦୀପଙ୍କ କଥା ଏଠି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ପ୍ରମାଣିତ ହୋଇଛି । ତଥ୍ୟ ଅନୁସାରେ ଥରେ ନୁହେଁ ଅଧିକାଂଶ ଥର ନିଜେ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ପତ୍ନୀ ଓ ଝିଅ ଚାର୍ଟର ଫ୍ଲାଇଟ୍‌ରେ ଆକାଶ ପାଠକଙ୍କ ସହ ଯାଇଛନ୍ତି । ଗୋଟିଏ ଟିକେଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି, ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାଁ ।

Akash Pathak Fake MD Of Tata Motors Issued Offer Letters

ଅନ୍ୟପଟେ ଲୋକଙ୍କଠୁ ଦୂରେଇ ରହିଥିବା କଥାକୁ ପ୍ରଦୀପ ପାଣିଗ୍ରାହୀ ସ୍ୱୀକାର କରିଛନ୍ତି । ଅପରପକ୍ଷରେ ସେ ଜନ ବିରୋଧୀ ଶବ୍ଦର ସଂଜ୍ଞା ବୁଝିପାରୁନାହାନ୍ତି ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, ଜଣେ ଅଫିସରଙ୍କୁ ଆୟବର୍ହିଭୂତ ମାମଲାରେ ଭିଜିଲାନ୍‌ସ ଗିରଫ କରୁଛି, କିନ୍ତୁ ବିଧାୟକ ପ୍ରଦୀପ ତାଙ୍କୁ କ୍ଲିନ୍‌ ଚିଟ୍ ଦେଉଛନ୍ତି । ଏହାପରେ ମଧ୍ୟ ନିଜେ ବିଧାୟକ ବୁଝିପାରୁନାହାନ୍ତି, ଜନବିରୋଧୀର ଅର୍ଥ କଣ ।

ପ୍ରଦୀପ ଆହୁରି ମଧ୍ୟ ମିଛ କହିଛନ୍ତି ଯେ, ଆକାଶ ପାଠକ ଟାଟା କମ୍ପାନୀରେ ଚାକିରି କରିଥିଲେ । ହେଲେ ଖୋଦ୍‌ ଟାଟା କମ୍ପାନୀ ପକ୍ଷରୁ ଆକାଶଙ୍କ ନାଁରେ ଅଭିଯୋଗ କରାଯାଇଛି ଓ ଅଭିଯୋଗରେ ଦର୍ଶାଯାଇଛି ଯେ, ଆକାଶ ନାମକ ବ୍ୟକ୍ତି ଟାଟା କମ୍ପାନୀ ନାଁରେ ଲୋକଙ୍କୁ ଠକୁଛି । ସେଭଳି କୌଣସି ବ୍ୟକ୍ତି ଟାଟା କମ୍ପାନୀରେ ଚାକିରି କରି ନାହାନ୍ତି । ସେହିଭଳି ଗୋପାଳପୁର ଅଞ୍ଚଳର ପ୍ରାୟ ୬୮ଜଣଙ୍କୁ ଚାକିରି ନାଁରେ ଠକେଇ କରାଯାଇଥିବା ମଧ୍ୟ ଅଭିଯୋଗକୁ ବଧ୍ୟ ବାଏଁ ବାଏଁ ଉଡ଼ାଇଦେବାକୁ ଚେଷ୍ଟା କରିଛନ୍ତି ପ୍ରଦୀପ ।

ଖାଲି ସେତିକି ନୁହେଁ ପ୍ରଦୀପ ଆହୁରି କହିଛନ୍ତି ଯେ, ଆକାଶଙ୍କ ଆକାଉଣ୍ଟରୁ ଯଦି ୮ କୋଟି ଟଙ୍କା ଭିଜିଲାନ୍ସ ଜବତ କରିଥିବା ପ୍ରମାଣ କରିଦିଏ ତେବେ ସେ ଇସ୍ତଫା ଦେଇଦେବେ ।

Second Wave Of Covid-19 May Affect Odisha After December Second Week

ସେ ଦଳ ବିରୋଧୀ କି ଜନ ବିରୋଧୀ କାର୍ଯ୍ୟ କରି ନାହାନ୍ତି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଉ ‘ଆଜି ପର୍ଯ୍ୟନ୍ତ ବିଜେଡିରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରି ଆସିଛି । ନବୀନ ପଟ୍ଟନାୟକ ମତେ ବହିଷ୍କାର କରିଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମୁଖ୍ୟମନ୍ତ୍ରୀ ଜଣେ ଅତି ଭଦ୍ରଲୋକ ।’ ସାମ୍ବାଦିକଙ୍କ ଆଗରେ ଭାବପ୍ରବଣତାର କାର୍ଡ ଖେଳି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଦୀପ । ଅନ୍ୟପଟେ ତାଙ୍କର ଏଭଳି ପରିସ୍ଥିତି ପାଇଁ ଯେଉଁମାନେ ଦାୟୀ ତାଙ୍କୁ ଦେଖିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।

Leave a Reply