ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହେଲେ ପ୍ରଦୀପ ପାଣିଗ୍ରାହୀ

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହେଲେ ଖୋଦ୍ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ଭାଷଣ ଦେବାକୁ ବି ଦେଲେନି ରାଜ୍ଯ ସଭାପତି ମନମୋହନ ସାମଲ। ଉଦବୋଧନ ଦେବାବେଳେ ପ୍ରଦୀପଙ୍କୁ ଅଧାରୁ ଅଟକାଇଦେଲେ ମନମୋହନ। ଏଭଳି ଦୃଶ୍ଯ ଏବେ ଭାଇରାଲ ହେଉଥିବାବେଳେ ଦଳରେ ପ୍ରଦୀପଙ୍କ ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି। ବ୍ରହ୍ମପୁରକୁ ଖୋଦ ପ୍ରଧାନମନ୍ତ୍ରୀ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ବିଜେପିର ବ୍ରହ୍ମପୁରପ୍ରାର୍ଥୀ। ପ୍ରଧାନମନ୍ତ୍ରୀ ସଭାରେ ବସିଥିବାବେଳେ ପ୍ରଦୀପ ଭାଷଣ ଦେବାକୁ ପୋଡିୟମ ନିକଟକୁ ଆସିଥିଲେ। ହେଲେ ହଠାତ ରାଜ୍ଯ ସଭାପତି ମନମୋହନ ସାମଲ ଆସି ତାଙ୍କୁ ଭାଷଣ ଦେବାକୁ ମନା କରିଥିଲେ। ଫଳରେ ପ୍ରଦୀପ ଭାଷଣ ନଦେଇ ଫେରିଯାଇଥିଲେ। ଯାହାଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିବାକୁ ଆସିଥିଲେ ସିଏ ଭାଷଣ ନଦେବା ଦଳରେ ତାଙ୍କର ମୂଲ୍ଯନଥିବା ସହ ସମାନ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।