ଟିକେଟ କଟିବା ପରେ କଂଗ୍ରେସ ଛାଡିବେ ପ୍ରବୋଧ

ତଳସରା: ବିବାଦ ଓ ଅସନ୍ତୋଷ କଂଗ୍ରେସର ପିଛା ଛାଡୁନି । ନିର୍ବାଚନ ବିଗୁଲ ବାଜିବା ପରେ ଅସନ୍ତୋଷର ନିଆଁରେ ଜଳୁଛି କଂଗ୍ରେସ । କେଉଁଠି ପ୍ରାର୍ଥୀ ଚୟନକୁ ନେଇ ତ ଆଉ କେଉଁଠି ଟିକେଟ ମିଳିବା ପରେ କଟିବାକୁ ନେଇ । ଏମିତି ସ୍ଥିତିରେ ଦଳ ଛାଡିଛନ୍ତି ପ୍ରବୋଧ ତିର୍କୀ । ଟିକେଟ ଦେବା ଓ ପରେ କାଟିଦେବାକୁ ନେଇ ପ୍ରବେଧ ଅସନ୍ତୋଷ ପ୍ରକାଶ କରିବା ସହ କଂଗ୍ରେସ ଛାଡିବାକୁ ଯାଉଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ତଳସରାରୁ ତାଙ୍କୁ ଟିକେଟ ଦେଇଥିଲା । ହେଲେ ୧୫ ଦିନ ପରେ ତାଙ୍କ ଟିକେଟ କାଟି ଅନ୍ୟ ଜଣଙ୍କୁ ଦିଆଯାଇଛି । ଯାହାକୁ ନେଇ ପ୍ରବୋଧ କ୍ଷୋଭ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ‘ତାଙ୍କ ପ୍ରତି ଷଡ଼ଯନ୍ତ୍ର କରାଯାଇଛି । ଟିକେଟ କଟିବାର କାରଣ ମଧ୍ୟ କୁହାଯାଇନି । ଏବେ ଫୋନ କଲେ କେହି ଉଠାଉ ନାହାନ୍ତି । ଆଗକୁ ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ପରବର୍ତ୍ତି ପଦକ୍ଷେପ ନେବି ।’