ରିଲିଜ୍ ପୂର୍ବରୁ ୧୭୦ କୋଟି ଆୟ କଲା ‘ପ୍ରୋଜେକ୍ଟ କେ’

1 min read

ମୁମ୍ବାଇ:ସାଉଥ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର  ପ୍ରଭାସ ଏବେ ଖୁବ୍ ଚର୍ଚ୍ଚାରେ। ତାଙ୍କର ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’ର ରିଲିଜ ତାରିଖ ଘୋଷଣା ନହେବା ପୂର୍ବରୁ ଫିଲ୍ମଟି ୧୭୦ କୋଟି ଟଙ୍କା ଇନକମ୍ କରିଛି । ଖୁବ୍ ଚମତ୍କାର କରିଛି ବାହୁବଳି ଫେମ୍ ପ୍ରଭାସଙ୍କ ଏହି ଆଗାମି ଚଳଚ୍ଚିତ୍ର । ଖବର ଅନୁଯାୟୀ, ପ୍ରଭାସଙ୍କ ଏହି ଫିଲ୍ମଟି sci-fi ଫିଲ୍ମ ଉପରେ ଆଧାରିତ । କେବଳ ପ୍ରଭାସ ନୁହଁନ୍ତି ବରଂ ଏହି ସିନେମାରେ ଖୁବ୍ ନାମିଦାମି କଳାକାରଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ପ୍ରଭାସଙ୍କ ସମେତ ଅଭିନେତ୍ରୀ ଦୀପିକା ପାଦୁକନ, ଅଭିନେତା ଅମିତାଭ୍ ବଚ୍ଚନ, ପୱନ କଲ୍ୟାଣ ଅନେକ ଅଭିନେତା ଏହି  ଫିଲ୍ମରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନୀ ସମ୍ଭାଲ ।

ସୂଚନା ଅନୁଯାୟୀ, ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ର କପି ରାଇଟସ୍ ୭୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାକୁ କିଣିଛନ୍ତି  ସୁନିଲ ମାରଙ୍ଗ ।  ସେହିପରି ଆନ୍ଧ୍ରପ୍ରଦେଶରେ ଫିଲ୍ମ ରାଇଟସ୍ ପାଖାପାଖି ୧୦୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଅର୍ଥାତ୍ ଟଲିଉଡ ଜଗତରେ ସିନେମାଟି ୧୭୦ କୋଟି ଟଙ୍କା ଇନକମ୍ କରିଛି । ସିନେମାଟିର ରାଜସ୍ବ ପ୍ରାୟ ୫୦ ପ୍ରତିଶତ କେବଳ ତାର ରାଇଟସରୁ ଇନକମ କରିବ ବୋଲି ଅନୁମାନ କରାଯାଉଛି । ଏହି ଫିଲ୍ମର ଚାହିଦା ସବୁଠାରୁ ଅଧିକ ରହିଛି। ତେବେ ଏହି ଫିଲ୍ମକୁ ନେଇ ପ୍ରଭାସଙ୍କ ପ୍ରଂଶସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହା ବକ୍ସ ଅଫିସରେ ରେକର୍ଡ କରିବ ବୋଲି ଆଶା କରାଯାଉଛି ।  ଏନେଇ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।