ବାହୁବଳୀ-୩ ଆସିବା ନେଇ ଏମିତି କିଛି କହିଲେ ପ୍ରଭାସ

ନୂଆଦିଲ୍ଲୀ: ‘ବାହୁବଳୀ’ ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆସିପାରେ ବାହୁବଳୀର ତୃତୀୟ ଭାଗ । ଏନେଇ ସାମ୍ୟକ ଇଙ୍ଗିତ କରିଛନ୍ତି ଫିଲ୍ମର ଫେମ୍ ହିରୋ ପ୍ରଭାସ । ତେବେ ବାହୁବଳୀର ପ୍ରଥମ ଓ ଦ୍ୱିତୀୟ ଭାଗ ବକ୍ସ ଅଫିସରେ ବ୍ଲକବଷ୍ଟର ହେବା ପରେ ତୃତୀୟ ଭାଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ବାହୁବଳୀ ହିଁ ଏକମାତ୍ର ଫିଲ୍ମ ଥିଲା ଯିଏ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ସିନେପ୍ରେମୀଙ୍କୁ ଆକର୍ଷିତ କରିଥିଲା । ଆଉ ଏମିତିରେ ବାହୁବଳୀ ୩ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବ ସ୍ୱଭାବିକ ।

ବାହୁବଳୀର ତୃତୀୟ ଭାଗ ନେଇ କଣ କହିଛନ୍ତି ପ୍ରଭାସ ?

ସୂଚନା ଅନୁସାରେ ଫିଲ୍ମ ନିର୍ଦ୍ଦେଶକ ଏସ ଏସ ରାଜମୌଲୀ ଓ ପ୍ରଭାସ ପୁଣି ଥରେ ଏକାଠୀ ନଜର ଆସିପାରନ୍ତି । ତେଣୁ ବହୁବଳୀ ୩କୁ ନେଇ ସମ୍ଭାବନା ବଢିଛି । ତେବେ ଏନେଇ ଆମେ ନୁହେଁ ବରଂ  ନିଜେ ପ୍ରଭାସ କହିଛନ୍ତି । ପ୍ରଭାସ ବର୍ତ୍ତମାନ ତାଙ୍କ ଆସନ୍ତା ଫିଲ୍ମ ରାଧେ ଶ୍ୟାମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ତେବେ ଏହି ଫିଲ୍ମ ପ୍ରମୋଶନ ସମୟରେ ଯେତେବେଳେ ପ୍ରଭାସଙ୍କୁ ବାହୁବଳୀ ୩ ନେଇ ପ୍ରଶ୍ନ କରାଯାଇଥିଲା । ସେତେବେଳେ ଏମିତି କିଛି ଇଙ୍ଗିତ କରିଥିଲେ ପ୍ରଭାସ ।

ବାହୁବଳୀ ୩ ନେଇ କଣ କହିଥିଲେ ପ୍ରଭାସ ?

ପ୍ରଭାସ କହିଛନ୍ତି ଯେ, ସେ ଓ ରାଜମୌଲୀ ବହୁତ ଭଲ ବନ୍ଧୁ  । ସେ ସବୁବେଳେ ପରସ୍ପର ସହ ଅନେକ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଥାନ୍ତି । ଯେତେବେଳେ ବାହୁବଳୀ ୩କୁ ନେଇ ପ୍ରଶ୍ନ କରାଗଲା ସେତେବେଳେ ପ୍ରଭାସ କହିଛନ୍ତି, ଆଗକୁ କିଛି ବି ହୋଇପାରେ କିଏ ଜାଣିଛି ? ଯଦିଓ ପ୍ରଭାସ କିଛି ସ୍ପଷ୍ଟ କରିନାହାଁନ୍ତି କିନ୍ତୁ ତାଙ୍କ ଫ୍ୟାନମାନେ ପ୍ରଭାସଙ୍କ ଏହି ମନ୍ତବ୍ୟକୁ ବାହୁବଳୀ ୩ ସହ ଯୋଡ଼ିଛନ୍ତି ।

Leave a Reply