୪୯ ବର୍ଷ ପରେ ଶକ୍ତିଶାଳୀ ଭୂକମ୍ପ, ବଙ୍କା ହେଇଗଲା ବଡ ବିଲ୍ଡିଂ
ତାଇପେଇ: ୪୯ ବର୍ଷ ପରେ ଦୋହଲିଗଲା ତାଇୱାନ । ଭୁକମ୍ପ ଝଟକା ସମଗ୍ର ତାଇୱାନକୁ ଥରାଇ ଦେଇଛି । ରାତି ୧୦ଟା ସମୟରେ ତାଇୱାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସେଲରେ ଭୂକମ୍ପ ତୀବ୍ରତା ୬.୫ ରେକର୍ଡ କରାଯାଇଛି । ଏହାର ଠିକ୍ ଅଧଘଣ୍ଟା ପରେ ପୁଣିଥରେ ୫.୩ ତୀବ୍ରତାର ସହ ଭୂକମ୍ପ ଅନୁଭୂତ ହୋଇଥିଲା ।
ଭୂକମ୍ପ ଝଟକାରେ କେଉଁଠି କାନ୍ଥ ଭୁଶୁଡି ଯାଇଥିଲା ତ ପୁଣି କୋଠା ବଙ୍କା ହୋଇଯାଇଥିଲା । ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ଖୁବ ଜୋରରେ ଶବ୍ଦ କରି ପାଣି ପାଇପ ଫାଟି ଯାଇଥିଲା । ରେଳସେବା ମଧ୍ୟ ବ୍ୟାହତ ହୋଇଛି । ତେବେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ଦୀର୍ଘ ୪୯ ବର୍ଷ ପରେ ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ୧୦ କିଲୋମିଟର ଗଭୀରତା ସହ ୨୩.୦୫ ଡିଗ୍ରୀ ଉତ୍ତର ଓ ୧୨୧.୨୧ ଡିଗ୍ରୀ ଦକ୍ଷିଣରେ ଭୂକମ୍ପ କେନ୍ଦ୍ରସ୍ଥଳୀ ରହିଛି ।