ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିବା ସମୟରେ ବିସ୍ଫୋରଣ, ୧ ମୃତ

ଉମରିୟା: ମଧ୍ୟପ୍ରଦେଶର ଉମରିୟା ଜିଲ୍ଲାର ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରିବା ବିପଦଜ୍ଜନକ ପ୍ରମାଣିତ ହୋଇଛି । ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିବାବେଳେ ପାୱାର ବ୍ୟାଙ୍କ ବିସ୍ଫୋରଣ ହୋଇ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଉମରିୟା ଜିଲ୍ଲାର ଛପରୋଡ ଗାଁର। ଏହି ଗାଁରେ ରହୁଥିବା ୨୮ ବର୍ଷୀୟ ରାମ ଶୁକ୍ରବାର ସକାଳେ ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିଲେ। ଚାର୍ଜିଂ ସମୟରେ ପାୱାର ବ୍ୟାଙ୍କ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।

ପାୱାର ବ୍ୟାଙ୍କର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୂରା ଘରର କାନ୍ଥରେ ତାର ଚିହ୍ନ ଥିଲା । ଗୁରୁତର ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଚିକିତ୍ସା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଯଦିଓ ପାୱାର ବ୍ୟାଙ୍କ କେଉଁ କମ୍ପାନୀର ଥିଲା ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି ।

କୁହାଯାଉଛି ଯେ, ଏହି ଘଟଣା ଘଟିବା ସମୟରେ ଯୁବକ ଜଣକ ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିଲେ ଏବଂ ମୋବାଇଲକୁ ନିଜ ହାତରେ ଧରି ଥିଲେ। ପାୱାର ବ୍ୟାଙ୍କ ବିସ୍ଫୋରଣ ହେବା ମାତ୍ରେ ଘରର ଛାତଟି ଉଡିଯାଇଥିଲା ଏବଂ ଘରର ଅନେକ ସ୍ଥାନରେ କାନ୍ଥ ଫାଟି ଯାଇଥିଲା । ମୃତକଙ୍କ ବାପାଙ୍କ ଅନୁଯାୟୀ ଯୁବକମାନେ ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିଲେ।

Leave a Reply