spot_img

Latest Posts

କରୋନା କାଳରେ ଅସହ୍ୟ ହୋଇଛି କୁମ୍ଭାରଙ୍କ ଜୀବିକା, ଜିନିଷ ବିକ୍ରି ନହୋଇ ଦୁର୍ଦ୍ଦିନରେ କଟୁଛି ଜୀବନ

ଝାରସୁଗୁଡ଼ା: କରୋନା ଛଡାଇନେଇଛି ଜୀବିକା। ଲକଡାଉନ ଓ ସଟଡାଉନର ହାହାକାର ଭିତରେ ଦୁଃଖରେ କାଳ କାଟୁଛନ୍ତି ଝାରସୁଗୁଡା ଜିଲ୍ଲାର କୁମ୍ଭକାର ପରିବାର। ଦୋକାନ ବଜାର ବନ୍ଦ କାରଣରୁ ତିଆରି ହୋଇଥିବା ସାମଗ୍ରୀ ହୋଇପାରୁନି ବିକ୍ରି। ଘୋର ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି କୁମ୍ଭକାର। ସେପଟେ ଯାତ୍ରୀ ନଥିବାରୁ ଦୁର୍ଦ୍ଦିନରେ ପଡିଛନ୍ତି ଗଞ୍ଜାମ ଜିଲ୍ଲାର ରିକ୍ସା ଓ ଟ୍ରଲି ଚାଳକ  ।

ଏମାନେ ମାଟିକୁ ସାଥି କରି ପରିବାର ଚଳାଇବାର ସ୍ବପ୍ନ ଦେଖିଥିଲେ  । ହେଲେ ସବୁକିଛି ବିଗାଡି ଦେଇଛି କରୋନା  । କୁମ୍ଭକାରଙ୍କ ଜୀବିକା ଉପରେ ପଡିଛି ଭୂତାଣୁର ନଜର । ଲକଡାଉନ କାରଣରୁ ଦୋକାନ ବଜାର ବନ୍ଦ ଥିବାରୁ ଜିନିଷ ବିକ୍ରି ନହୋଇ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ଝାରସୁଗୁଡା ଜିଲ୍ଲାର କୁମ୍ଭକାର । ଫଳରେ ଅସମୟରେ ସାହା ହେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କୁମ୍ଭକାର ପରିବାର ।

ରିକ୍ସା ଚାଳକଙ୍କ ରୋଜଗାରରେ ମଧ୍ୟ ତାଲା ପକାଇଦେଇଛି ଲକଡାଉନ୍  ।  ଗଞ୍ଜାମ ଜିଲ୍ଲାରେ ରିକ୍ସା ଓ ଟ୍ରଲି ଚଳାଇ ପରିବାର ପୋଷୁଥିବା ବ୍ୟକ୍ତି ଏବେ ଅଭାବରେ ଜୀବନ ବିତାଉଛନ୍ତି  । ତାଲାବନ୍ଦ କାରଣରୁ ସହର ବଜାର ଠପ୍ ରହିଛି  । ଭୂତାଣୁ ଭୟରେ ଲୋକେ ମଧ୍ୟ ବାହାରକୁ ବାହାରୁନାହାନ୍ତି  । ଫଳରେ ରିକ୍ସା ଚାଳକଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି  ।

ଭୂତାଣୁ ଭୟରେ ଲୋକେ ଘରେ ରହିଛନ୍ତି  । ଜୀବନକୁ ବଞ୍ଚାଇଲା ବେଳକୁ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି  ।

 

Latest Posts

Don't Miss