ନିୟନ୍ତ୍ରଣକୁ ଆସୁନି ଆଳୁ ଦର, ମନ୍ତ୍ରୀ ଓ ରାଜ୍ଯ ସରକାରଙ୍କୁ ବିରୋଧୀ ଦଳର ଟାର୍ଗେଟ
ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁନି ଆଳୁ ଦର । ବ୍ଯାପକ ହେଉଛି ସଙ୍କଟ । ଦରରେ ଲଗାମ ଲାଗୁନାହିଁ । ସାଧାରଣ ଲୋକ କାନ୍ଦୁଛନ୍ତି । ସେପଟେ ଯିଏ ଦରଦାମ ନିୟନ୍ତ୍ରଣ କରିବା କଥା ସେ ଲଗାତର ଦେଇଚାଲିଛନ୍ତି ବେଫିକର ବୟାନ । କେବେ କହୁଛନ୍ତି ଆଳୁ ଟ୍ରେନରେ ଆସୁଛି ତ କେବେ କହୁଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ରହିଛି । ପୁଣି କେତେବେଳେ କହୁଛନ୍ତି ଆଳୁ ସଙ୍କଟ ମନୁଷ୍ୟକୃତ । ଭଲ ଭାବେ ଶୁଣନ୍ତୁ ୪୮ ଘଣ୍ଟା ଭିତରେ ମନ୍ତ୍ରୀଙ୍କ ଏପରି ବେଫିକର ବୟାନବାଜିକୁ ।
ବେଫିକର ବୟାନବାଜିକୁ ନେଇ ଯୋଗାଣ ମନ୍ତ୍ରୀ ଓ ରାଜ୍ଯସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ଓ କଂଗ୍ରେସ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯୋଗାଣ ମନ୍ତ୍ରୀ ମିଛ କହୁଛନ୍ତି । ୟୁପିରୁ କେତେ ଆଳୁ ଟ୍ରେନରେ ଆସିଲାଣି ତାହା ଓଡ଼ିଶାବାସୀଙ୍କୁ ଜଣାନ୍ତୁ। ଆଳୁ ସଙ୍କଟ ଜାରି ରହିଥିବା ବେଳେ ଯୋଗାଣ ମନ୍ତ୍ରୀଙ୍କ ବୟାନବାଜି ଦୁଭାର୍ଗ୍ୟଜନକ ବୋଲି ବିଜେଡ଼ି ବିଧାୟକ ସାରଦା ନାୟକ କହିଛନ୍ତି ।
ଯୋଗାଣ ମନ୍ତ୍ରୀଙ୍କୁ ମୁଖ୍ଯମନ୍ତ୍ରୀ ବିଦା କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। ବଜାରରେ ଆଳୁ କେଜି ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରୀ ହେଉଛି । ଯୋଗଣ ମନ୍ତ୍ରୀ କହୁଛନ୍ତି ପର୍ଯ୍ୟାପ୍ତ ଆଳୁ ଅଛି। କେଜି ୩୦ରୁ ୩୫ ଟଙ୍କାରେ ବିକ୍ରୀ ହେଉଛି । ଯାହାକୁ ନେଇ ଯୋଗଣ ମନ୍ତ୍ରୀଙ୍କୁ ଘେରିଛି ବିଜେଡ଼ି । ୬ମାସ ଧରି ହୁ ହୁ ହୋଇ ବଢ଼ିଚାଲିଛି ଦରଦାମ। ଓଡ଼ିଶାବାସୀଙ୍କ ହାଣ୍ଡିଶାଳରେ ପଡ଼ିଛି ଚଡ଼କ। ନାହିଁ ସରକାରଙ୍କ ନିଘା।