ଚିନ୍ତାରେ ଆଳୁ ଚାଷୀ: ଅଧିକ ବର୍ଷା ଓ ନକଲି ବିହନ ଯୋଗୁଁ ଫଳୁନି ଆଳୁ

1 min read

କନ୍ଧମାଳ: ବର୍ଷା ଦିନେ ଆଳୁଚାଷ କରି ଚିନ୍ତାରେ ଚାଷୀ । ଅଧିକ ବର୍ଷା ଓ ନକଲି ବିହନ ପାଇଁ ଜମିରେ ଫଳୁନି ଆଳୁ । ଫଳରେ କରଜ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ପଡିଛି ଚଡ଼କ । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ ନହେବାରୁ ଗଛକୁ ଉପାଡିବାକୁ ବାଧ୍ୟ ହେଉଛନି ଚାଷୀ ।

ମାତ୍ରାଧିକ ବର୍ଷା ଓ ନକଲି ବିହନ ଯୋଗୁ ଉଜୁଡ଼ିଲା ଚାଷୀଙ୍କ ସ୍ବପ୍ନ । ଆଳୁଚାଷ କରି ଚିନ୍ତାରେ କନ୍ଧମାଳର ଚାଷୀ । ଜମିରେ ଧାଡ଼ି କି ଧାଡ଼ି ହୋଇ ଗଛ ଲାଗିଛି । ଆଳୁ ଗଛ ଗୁଡ଼ିକ ବି ବେଶ ଛନଛନିଆ ହୋଇଛି । ହେଲେ ଗଛରେ ଆଶା ଆନୁଯାୟୀ ଫଳ ଧରୁନାହିଁ । ମାତ୍ରାଧିକ ବର୍ଷା ଓ ନକଲି ବିହନ ପାଇଁ ଆଳୁଚାଷ ଉଜୁଡ଼ି ଯାଇଥିବା ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀର ଚାଷୀ । ଫଳରେ ଭଲ ଲାଭ ଆଶା ରଖିଥିବା ଚାଷୀ ଏବେ ଋଣ ସୁଝିବା ଚିନ୍ତାରେ ରହିଛନ୍ତି ।

ଚଳିତ ବର୍ଷ, ବର୍ଷା ଋତୁ ପ୍ରାରମ୍ଭରେ ନିଅଣ୍ଟିଆ ବର୍ଷା ହୋଇଥିଲା । ଫଳରେ ଧାନ ବଦଳରେ ଫୁଣବାଣୀର ଜିଲ୍ଲା ରୁଜାଙ୍ଗୀ, ପିଟବାରୀ. ବନ୍ଧସାହି ଆଦି ଅଞ୍ଚଳରେ ଆଳୁ ଚାଷ କରିଥିଲେ ଚାଷୀ । ମୋଟ ୬୨୫ ଏକର ଜମିରେ ଚାଷ ହୋଇଥିଲା । ଏଥିପାଇଁ ଉଦ୍ୟାନ ବିଭାଗ ୧୭୪୪ଜଣ ଚାଷୀଙ୍କୁ ୩ହଜାର ୭୫୦ କୁଇଣ୍ଟାଲ ବିହନ ଯୋଗାଇ ଦେଇଥିଲା । ହେଲେ ଫଳ ଆସୁନଥିବାରୁ ଗଛକୁ ଓପାଡି ଦେଇଛନ୍ତି ଚାଷୀ । ସେପଟେ ପାଣିପାଗ ପରିବର୍ତ୍ତନ ଯୋଗୁ ଚାଷ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଜିଲ୍ଲା ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ।  ମାତ୍ରାଧିକ ବର୍ଷା ହେଉକି ନକଲି ବହିନ ଚାଷ ନଷ୍ଟ ହେଉ । ଏଭଳି ସ୍ଥfତିରେ ଏଭଳି ସ୍ଥିତିରେ ସରକାରୀ ସହାୟତା ଦାବି କରିଛନ୍ତି ଚାଷୀ ।

ଏଥିସହିତ ପଢ଼ନ୍ତୁ: ମମିତା ମୃତ୍ୟୁ ମାମଲାକୁ ନେଇ ସାଂଘାତିକ ଖୁଲାସା କଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ

Leave a Reply