ପୀତବାସ ପଣ୍ଡା ହତ୍ୟା ଘଟଣା : ଆସିଲା ପୋଷ୍ଟମର୍ଟମ ରିପୋର୍ଟ

1 min read

ବ୍ରହ୍ମପୁରର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା। ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପୀତବାସଙ୍କୁ ୯ MM ପିସ୍ତଲରୁ କରାଯାଇଛି ଗୁଳି। ତାଙ୍କ ମେରୁଦଣ୍ଡରୁ ଏକ ୯ ମିଲିମିଟରର ଗୁଳି ବାହାରିଛି। ମେରୁଦଣ୍ଡରୁ ବାହାରିଲା ଗୁଳି। ଗୁଳିଟି ବହୁ ଗୁରୁତ୍ବପୂର୍ଣ୍ଣ ଶୀରା ପ୍ରଶୀରାକୁ ନଷ୍ଟ କରିଥିବା ବ୍ଯବଛେଦ ରିପୋର୍ଟରୁ ପ୍ରକାଶ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ  ପୀତବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।