ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଖୁବଶୀଘ୍ର ମୃତ୍ୟୁ ସସପେନ୍ସରୁ ହଟିବ ପର୍ଦ୍ଦା

1 min read

ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲା। ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ଵାସରୁଦ୍ଧରୁ ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ । ଝୁଲନ୍ତା ଅବସ୍ଥାରେ ଯାଇଛି ଶୁଭଶ୍ରୀଙ୍କ ଜୀବନ । ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଝୁଲନ୍ତା ଅବସ୍ଥାରେ କେହି ମୃତଦେହକୁ ତଳକୁ କାଢ଼ି ଥାଇପାରେ ବୋଲି ସନ୍ଦେହ ହେଉଛି । FMT ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ସରିଛି । ଖୁବଶୀଘ୍ର ମୃତ୍ୟୁ ସସପେନ୍ସରୁ ହଟିବ ପର୍ଦ୍ଦା ।

ମୃତ୍ୟୁ ପୂର୍ବରୁ ବିଷାକ୍ତ ଖାଦ୍ୟ ଖାଇଛନ୍ତି କି ନାହିଁ, ସେ ନେଇ ଫରେନସିକ ଲ୍ୟାବକୁ ପଠାଯାଇଛି ନମୁନା । ସେପଟେ ଗତକାଲି ବିଳମ୍ବିତ ରାତିରେ ସତ ମାନିଲା ଅଟକ ଯୁବକ । ଅଟକ ନୟାଗଡ଼ର ଯୁବକ ଚିତ୍ତରଞ୍ଜନ ଜେନାଙ୍କର ବିବାହ ପୂର୍ବରୁ ଶୁଭଶ୍ରୀଙ୍କ ସହ ଥିଲା ପ୍ରେମ ସମ୍ପର୍କ । ବିବାହ ପରେ ବି ଶୁଭଶ୍ରୀହ୍କ ସହ କଣ୍ଟାକ୍ଟରେ ଥିଲେ ଚିତରଞ୍ଜନ । ସତ୍ୟନଗରରେ ଘର ଭଡା ନେଇ ରହୁଥିଲେ ଚିତ୍ତ । ଆଜି ଅଟକ ଯୁବକଙ୍କୁ କୋର୍ଟ ଚାଲାଣ କରିପାରେ ପୋଲିସ । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ହେବ ପଚରାଉଚରା।