PLGA ସପ୍ତାହରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

ବାଲଗୁଡ଼ା: କନ୍ଧମାଳ ଜିଲ୍ଲାରେ ଲାଗିଲା ମାଓ ବିରୋଧୀ ପୋଷ୍ଟର । ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତରେ ମାଓ ବିରୋଧୀ ପୋଷ୍ଟର ଜାରି କରାଯାଇଛି । ଆଣ୍ଟି ନକ୍ସଲ ପିପୁଲ୍ ପିସ୍ ଫୋର୍ସ ପୋଷ୍ଟର ଜାରି କରିଥିବା ଜଣାପଡ଼ିଛି । ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହିନୀ ପିଏଲଜିଏ ସପ୍ତାହ ପାଳନ କରୁଥିବା ବେଳେ ଆଣ୍ଟି ନକ୍ସଲ ପିପୁଲ୍ ପିସ୍ ଫୋର୍ସ ଏହାକୁ ତୀବ୍ର ବିରୋଧ କରିଛି ।
ଏହି ସପ୍ତାହ ପାଳନ କଲେ ଜନତାଙ୍କ ଲାଭ କଣ ? ଯଦି ଜନତାଙ୍କ ଲାଭ ନାହିଁ, ତେବେ କ’ଣ ପାଇଁ ଜନତା ପାଳିବେ ପିଏଲଜିଏ ସପ୍ତାହ ବୋଲି ପୋଷ୍ଟର ମାଧ୍ୟମରେ ପ୍ରଶ୍ନ କରାଯାଇଛି । ଅନ୍ୟପଟେ ମାଓବାଦୀଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେବାସହ କାଗଜ ବାଘ ମାଓବାଦୀଙ୍କୁ ଭୟ ନକରି ଦୈନନ୍ଦିନ କାର୍ଯ୍ୟ ଜାରି ରଖିବାକୁ ଅଞ୍ଚଳବାସୀଙ୍କୁ ନିର୍ଦ୍ଦେଶ ଦେଇଛି ଆଣ୍ଟି ନକ୍ସଲ ପିପୁଲ୍ ପିସ୍ ଫୋର୍ସ ।