ବିଜେପିକୁ ଭୋଟ ଦେଲେନି ବୋଲି ସିପିଆଇ କର୍ମୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭୋଟ ଦେଲେନି ବୋଲି ସିପିଆଇ କର୍ମୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ । ହୋଲି ଉତ୍ସବରେ ଯାତ୍ରାରେ ଚେୟାରରେ ବସିବାକୁ ନେଇ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ବି ହଇରାଣ କରୁଥିବାରୁ ନୀଳଗିରି ଥାନା ଘେରାଉ କରିଥନ୍ତି ଅଞ୍ଚଳବାସୀ । ସୂଚନା ଅନୁସାରେ ଗତ ୧୪ ତାରିଖ ରାତିରେ ଗାଁରେ ରାଉଳଖୁଣ୍ଟାରେ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିଲେ ବିଜେପି କର୍ମୀ । ବିଜେପି କର୍ମୀଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଜେପି କର୍ମୀଙ୍କ ଆକ୍ରମଣ ପରେ ୧୫ ତାରିଖରେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ତେବେ ଥାନା ଅଭିଯୋଗ ପରେ ପୋଲିସ ହଇରାଣ କରୁଥିବାରୁ ଲୋକେ ଥାନା ଘେରାଉ କରିଛନ୍ତି ।