ଟିକାକରଣକୁ ନେଇ ପଢ଼ନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

1 min read
Vaccination Plan For Cop’s Of Twin City

ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। କରୋନା କାୟାରୁ ଏବେ ମୁକୁଳିବାରେ ଲାଗିଛି ଦେଶ। ମହାମାରୀ କରୋନା ଲୋକଙ୍କୁ ବହୁତ ହଇରାଣ ହରକତ କରିଛି। ଏବେ କିନ୍ତୁ ମରିବ କରୋନା ଭୂତାଣୁ । କାରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ। କରୋନା ଟିକାକରଣ ଦେଶରେ ସବୁଠାରୁ ବଡ଼ ଟିକାକରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ ଆରମ୍ଭ କରିବେ କରୋନା ଟିକାକରଣ। ତେବେ ଟିକାକରଣକୁ ନେଇ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆମେ ଆପଣଙ୍କୁ ଆଜି ଏହି ଟିକାକରଣ ସହ ଜଡ଼ିତ ଥିବା ୧୦ ଟି ବଡ କଥା କହିବୁ।

ସକାଳ ୧୦ଟା ୩୦ରେ ଆରମ୍ଭ ହେବ ଟିକାକରଣ ଅଭିଯାନ

ଦେଶରେ ଏହା ହେଉଛି ସବୁଠାରୁ ବଡ଼ ଟିକାକରଣ। ତେବେ ଆଜି ସକାଳ ୧୦ଟା ୩୦ ମିନିଟରେ ସାରା ଦେଶରୁ ଆରମ୍ଭ ହେବ ଟିକାକରଣ। ପୁରା ଦେଶ ଆଜି ଏକ ସମୟରେ ଟିକା ନେବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଭିଯାନକୁ ଆରମ୍ଭ କରିବେ। ଆଜି ଟିକାକରଣରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହେବେ ମୋଦି।

ପ୍ରଥମେ ଏମାନଙ୍କୁ ମିଳିବ ଟିକା

ସର୍ବପ୍ରଥମେ ସେବାରେ ନିୟୋଜିତ ଥିବା ୧ କୋଟି ୬୦ ଲକ୍ଷ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ଏମାନଙ୍କ ମଧ୍ୟରେ ୫ ଲକ୍ଷ ୮୨ ହଜାରରୁ ଅଧିକ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ୪ ଲକ୍ଷ ୩୧ ହଜାରରୁ ଅଧିକା ସୁରକ୍ଷା କର୍ମଚାରୀ, ୧ କୋଟି ୩ ଲକ୍ଷ ୬୬ ହଜାର ସାମାଜିକ କର୍ମୀ ଏବଂ ପୋର୍ଟାଲ ସେବା ସହିତ ନିୟୋଜିତ ଥିବା ୧ ଲକ୍ଷ ୫ ହଜାରରୁ ଅଧିକ କର୍ମଚାରୀ ଅନ୍ତର୍ଭୁକ୍ତ ରହିଛନ୍ତି।

ପ୍ରଥମ ଦିନ ୩ ଲକ୍ଷ ଲୋକଙ୍କୁ କରୋନା ଟିକା

ପ୍ରଥମ ଦିନରେ ଟିକାକରଣ ପାଇଁ ପୁରା ଦେଶରେ ୩୦୦୬ଟି ଟିକାକରଣ କେନ୍ଦ୍ର କରାଯାଇଛି। ପ୍ରଥମ ଦିନ ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ। ଟିକାକରଣର ସମୟ ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି ।

ଟିକା ପାଇଁ କଲ ସେଣ୍ଟର

ଟିକାକରଣ ବ୍ୟବସ୍ଥାରେ କୌଣସି ତୃଟି ନହେବା ପାଇଁ କଲ ସେଣ୍ଟରର ବ୍ୟବସ୍ଥା ମଧ୍ୟ କରାଯାଇଛି। କରୋନା ମହାମାରୀ, ଟିକାର ରୋଲଆଉଟ୍ ଏବଂ କୋ-ଉଇନ୍ ସଫ୍ଟଓେୟାର ସମ୍ବନ୍ଧୀୟ ପ୍ରଶ୍ନ ପାଇଁ ଏକ ୨୪x୭ କଲ୍ ସେଣ୍ଟର – ୧୦୭୫ ସ୍ଥାପିତ କରାଯାଇଛି।

୧୮ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଟିକା

ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, କରୋନା ଟିକା କେବଳ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ।

ଗର୍ଭବତୀ ମହିଳାଙ୍କୁ ମିଳିବନି ଟିକା

ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏହି ପରୀକ୍ଷାରେ ସାମିଲ କରାଯାଇନାହିଁ। ତେଣୁ, ଯେଉଁ ମହିଳାମାନେ ଗର୍ଭବତୀ ଅଟନ୍ତି ଏବଂ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କୁ ଏହି କରୋନା ଟିକା ନେବା ପାଇଁ ବାରଣ କରାଯାଇଛି।

ଟିକା ପରିବର୍ତ୍ତନ ପାଇଁ ଅନୁମତି ଦିଆଯିବ ନାହିଁ

ସମସ୍ତ ଡୋଜ ପ୍ରଥମ ଡୋଜ ସହିତ ସମାନ ରହିବା ଉଚିତ, ଅର୍ଥାତ୍ ଟିକାକୁ ଇଣ୍ଟରଚେଞ୍ଜିଂର ଅନୁମତି ନାହିଁ ।

ଆରମ୍ଭରୁ ୮୦ ଲକ୍ଷ ହିତାଧିକାରୀଙ୍କ ପଞ୍ଜୀକରଣ

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ କୋ-ଓ୍ୱିନ ଆପ୍ ଅଧୀନରେ ୮୦ ଲକ୍ଷ ହିତାଧିକାରୀ ପଞ୍ଜୀକୃତ ହୋଇସାରିଛନ୍ତି। ସେପଟେ ଏହି ଆପ୍ ମାଧ୍ୟମରେ ଅନ୍ୟ କେହି ପଞ୍ଜୀକୃତ ହୋଇପାରିବେ ନାହିଁ । କେବଳ ଫ୍ରଣ୍ଟଲାଇନରେ ଥିବା ଅଧିକାରୀଙ୍କ ପାଖରେ ଏହାର ଅଧିକାର ରହିଛି। ସାଧାରଣ ଲୋକଙ୍କ ପଞ୍ଜୀକରଣ ପାଇଁ ଚାରୋଟି ଭିନ୍ନ ମଡେଲ୍ ତିଆରି କରାଯାଇଛି।

ଟିକାକରଣର ପ୍ରକ୍ରିୟା

କରୋନା ଟିକା ପାଇଁ କୋ-ୱିନରେ ପଞ୍ଜୀକରଣ କରିବା ନିହାତି ଆବଶ୍ୟକ। କରୋନା ଟିକା ନେବା ପାଇଁ ପ୍ରଥମେ ଫଟୋ, ID ପ୍ରମାଣକୁ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଯାହା ପରେ ୱାରେଣ୍ଟର ଉପଲବ୍ଧତା ଏବଂ ଗୁଣବତ୍ତା ଉପରେ ଆଧାର କରି ଟୀକାକରଣର ଆଧାର ପ୍ରସ୍ତୁତ କରାଯିବ। ତାପରେ ଆପଣଙ୍କୁ କେବେ ଏବଂ କେଉଁଠାରେ ଟିକା ଦିଆଯିବ ତାହା ଏକ SMS ଜରିଆରେ ଆପଣ ପାଇପାରିବେ।

ଦୁଇଟି ଡୋଜ ନେଲାପରେ ମିଳିବ ପ୍ରମାଣ ପତ୍ର

କରୋନା ଭାକସିନ୍ ର ଦ୍ୱିତୀୟ ଡୋଜ୍ ପରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଅନଲାଇନ୍ ଲିଙ୍କ ପଠାଯିବ। ଯାହା ମାଧ୍ୟମରେ ଆପଣ ଇ-ସାର୍ଟିଫିକେଟ୍ ଆଧାରିତ UR କୋଡ୍ ଡାଉନଲୋଡ୍ କରିପାରିବେ।

Leave a Reply