spot_img

Latest Posts

ସର୍ବଶକ୍ତିମାନ ଏବେ କରୋନା ଆଗରେ ଶକ୍ତିହୀନ: ପଢ଼ନ୍ତୁ କି ଶିକ୍ଷା ଦେଇଛି କରୋନା

ସାରା ବିଶ୍ୱରେ ଜାରି ରହିଛି କରୋନାର ତାଣ୍ଡବ । ଦିନକୁ ଦିନ ବଢ଼ିଚାଲିଛି ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ସମଗ୍ର ବିଶ୍ୱକୁ ଦୋହଲାଦେଇଛି ଏହି ଭୟଙ୍କର ଭୂତାଣୁ । ସର୍ବଶକ୍ତିମାନ ରାଷ୍ଟ୍ର ସବୁ ଏବେ କରୋନା ଆଗରେ ଶକ୍ତିହୀନ । କରୋନା ପ୍ରଭାବରେ ନଛୋଡ଼ବନ୍ଦା ସବୁ ଏବେ ଘରେ ବନ୍ଧା ହୋଇରହିଛନ୍ତି । ଘରେ ରହି ଏବେ ଘର ଲୋକଙ୍କ ଗୁରୁତ୍ୱ ବୁଝିବାରେ ଲାଗିଲେଣି ଲୋକେ ।  କରୋନା ପ୍ରଭାବରେ ବଦଳି ଲୋକଙ୍କ ଜୀବନଶୈଳୀ । କରୋନା ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ କିିଛି ଲୋକେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ୍ ହୋଇଛି ।

୧. ଆଜି ଆମେରିକା ଆଉ ଅଗ୍ରଣୀ ଦେଶ ହୋଇ ରହିନାହିଁ ।

୨. ଚୀନ୍ କଦାପି ବିଶ୍ଵ-କଲ୍ୟାଣ ଚିନ୍ତା କରି ପାରେନା ।

୩. ୟୁରୋପୀୟ ମାନେ ସେତେ ଶିକ୍ଷିତ ନୁହଁନ୍ତି, ଯେତେ ଆମେ ଭାବୁଛୁ ।

୪. ଆମେ ଆମ ଛୁଟି ୟୁରୋପ ବା ଆମେରିକା ନଯାଇ ମଧ୍ୟ ଅତିବାହିତ କରିପାରିବା।

୫. ଭାରତୀୟମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ବିଶ୍ଵର ଅନ୍ୟ ଲୋକମାନଙ୍କ ଠାରୁ ଅଧିକ।

୬. କୌଣସି ପାଦ୍ରୀ, ପୂଜାରୀ, ଜ୍ୟୋତିଷ ବା ମୌଲବୀ ଆମକୁ କୌଣସି ରୋଗ ଠାରୁ ବଞ୍ଚାଇ ପାରିବେ ନାହିଁ ।

୭. ସ୍ୱାସ୍ଥ୍ୟକର୍ମୀ, ପୋଲିସ , ଶିକ୍ଷାବିତ୍, ପ୍ରଶାସନ କର୍ମଚାରୀ ହିଁ ଅସଲି ହିରୋ ।

୮. ବିନା ବ୍ୟବହାରରେ ସାରା ବିଶ୍ୱରେ ସୁନା , ରୂପା, ପେଟ୍ରୋଲ, ଡିଜେଲ୍ ର କୌଣସି ମୂଲ୍ୟ ନାହିଁ। ବର୍ତ୍ତମାନ ଏସବୁ ର ଦର ଓ ମୂଲ୍ୟ ନଗଣ୍ୟ । ବ୍ୟବହାର କମ୍ କରନ୍ତୁ, ଦର ଆପଣା ଛାଏଁ କମିଯିବ।

୯. ପ୍ରଥମ ଥର ପଶୁପକ୍ଷୀ ବି ଅନୁଭବ କଲେକି ଏ ପୃଥିବୀଟି ସେମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ।

୧୦. ପ୍ରଥମଥର ପାଇଁ ମହାନଗର ମାନଙ୍କ ପିଲାଙ୍କୁ ଅନୁଭବ ହେଲା ଯେ ସତରେ ତାରା ମାନେ ଆକାଶରେ ଉଜ୍ଵଳମାନ୍ ହୁଅନ୍ତି ।

୧୧. ବିଶ୍ଵର ଅଧିକାଂଶ କାମ ଘରେ ଥାଇ ବି କରାଯାଇପାରେ ।

୧୨. ଆମେ ଓ ଆମ ପିଲାମାନେ ବିନା ଜଙ୍କଫୁଡ୍ ରେ ବି ବଞ୍ଚି ପାରିବେ ଓ ସୁସ୍ଥ ମଧ୍ୟ ରହିପାରିବେ।

୧୩. ପରିଷ୍କାର ପରିଚ୍ଛନ୍ନ ଜୀବନଯାପନ କରିବା କଷ୍ଟକର ବ୍ୟାପାର ନୁହେଁ। କେବଳ ଇଛାଶକ୍ତିର ଆବଶ୍ୟକତା ରହିଛି।

୧୪. ରୋଷେଇ ପୁରୁଷ ମାନେ ବି କରିପାରିବେ।

୧୫. ଭାରତୀୟ ନାରୀ ମାନଙ୍କ ପାଇଁ ହିଁ ଘର ମନ୍ଦିର ବନି ପାରେ।

୧୬. କେବଳ କିଛି ଲୋକଙ୍କୁ ଛାଡି ଦେଲେ ଅଧିକାଂଶ ଭାରତୀୟ ଧନୀ ମାନଙ୍କ ଭିତରେ ମାନବତା ଭରି ରହିଛି।

୧୭. ଯୌଥ ପରିବାର ଏକକ ପରିବାର ଠାରୁ ବହୁତ ଭଲ।

୧୮. ପରିବାରଠୁ ଅଧିକ ଆପଣାର କେହି ନୁହଁନ୍ତି।

୧୯. ବିଦେଶୀ କମ୍ପାନୀ ମାନେ କେବଳ ଭାରତରୁ ଅର୍ଥ ନେବା ଜାଣନ୍ତି। ବିପଦ ସମୟରେ ଭାରତୀୟ କମ୍ପାନୀ ଗୁଡ଼ିକ ହିଁ ଅର୍ଥ ଓ ସମୟ ଦାନ କଲେ।

୨୦. ମାଆ ଓ ମାତୃଭୂମି ହିଁ ସର୍ବୋପରୀ ଅଟନ୍ତି।

 

 

 

Latest Posts

Don't Miss