କିଏ ଏହି ବ୍ୟକ୍ତି ଯାହାଙ୍କୁ ଲୋକମାନେ ଅମିତାଭ ବଚ୍ଚନ କହୁଛନ୍ତି? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

1 min read

ନନ୍ଦିଘୋଷ ବ୍ୟୁରୋ: କିଏ ଏହି ବ୍ୟକ୍ତି ଯାହାଙ୍କ ଫଟୋ ଚିତ୍ର ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଣ୍ଟୁଛି  । ଥଗ୍ସ ଅଫ୍ ହିନ୍ଦୋସ୍ତାନ ବଲିଉଡ ଚଳଚିତ୍ରରେ ଅମିତାଭ ବଚ୍ଚନ ଏହି ଲୁକ୍ ରେ ଥିଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି  ।  କେହି କେହି ଇଣ୍ଟରନେଟ ବ୍ୟବହାରକାରୀ ତାଙ୍କୁ ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ତୁଳନା କରିଛନ୍ତି  । ତେବେ କିଏ ଏହି ବ୍ୟକ୍ତି ଏବଂ କାହିଁକି ଲୋକ ତାଙ୍କୁ ବଚ୍ଚନଙ୍କ ସହ ତୁଳନା କରୁଛନ୍ତି  । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।

ବିଶ୍ବବିକ୍ଷ୍ୟାତ ଫଟୋଗ୍ରାଫର ଷ୍ଟିଭ ଏମସିକରି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଜଣେ ଆଫଗାନ ଶରଣାର୍ଥୀଙ୍କ ଫଟୋ ପୋଷ୍ଟ କରିଛନ୍ତି  । ଫଟୋରେ ଧଳା ଦାଢି ରଖି ଆଖିରେ ଚଷମା ଲଗାଇଥିବା ଜଣେ ବୃଦ୍ଧ ବ୍ୟକ୍ତି ରହିଛନ୍ତି  । ସେ ହେଉଛନ୍ତି ଆଫଗାନ ଶରଣାର୍ଥୀ ଶହବୁଜ ।   ଏବଂ ଏହି ପୋଷ୍ଟରେ ଷ୍ଟିଭ ଲେଖିଛନ୍ତି ପାକିସ୍ତାନରେ ବିଶ୍ବର କୋଣ ଅନୁକୋଣରୁ ଲୋକମାନେ ଆସି ଶରଣାର୍ଥୀ ଭାବେ ରହୁଛନ୍ତି  । ତାଙ୍କ ସ୍ଥିତି କଥା ଚିନ୍ତା କଲା ବେଳକୁ ଦୁଃଖ ଲାଗୁଛି  । ଆମେ ସମସ୍ତେ ମିଶି ଏମାନଙ୍କୁ ସମର୍ଥନ କରିବା ଆବଶ୍ୟକ  । ସେ ଏହି ପୋଷ୍ଟ କରିବା ପରେ ଫଟୋକୁ ୭୭ ହଜାରରୁ ଉର୍ଦ୍ଧ୍ବ ଲାଇକ୍ ମିଳିବା ସହ ସେୟାର କରାଯାଇଛି  ।

https://www.instagram.com/p/CfCHGDzOFge/?utm_source=ig_web_button_share_sheet

ଏହି ଫଟୋ ପ୍ରଥମେ ୨୦୧୮ ମସିହାରେ  ଭାଇରାଲ୍ ହୋଇଥିଲା  । ଏହାପରେ ଲୋକମାନେ ଫଟୋ ଟିକୁ ସେୟାର କରି ଅମିତାଭ ବଚ୍ଚନଙ୍କ ସହ ତୁଳନା କରିଛନ୍ତି  । ଥଗ୍ସ ଅଫ୍ ହିନ୍ଦୁସ୍ତାନ ଫିଲ୍ମରେ ଏହିଭଳି ଲୁକରେ ନଜର ଆସିଥିଲେ ବିଗ୍ ବି  । ସେହି କାରଣରୁ ସମସ୍ତେ ଆଫଗାନ ଶରଣାର୍ଥୀଙ୍କୁ ବିଗ୍ ବିଙ୍କ ଭଳି ଦେଖାଯାଉଥିବା କଥା କହିଛନ୍ତି  ।