୯୭ ବର୍ଷ ପରେ ବି ବଢିନି ଗାଁର ଜନସଂଖ୍ୟା । ଆଜି ବିଶ୍ୱରେ ଚର୍ଚ୍ଚିତ ଭାରତର ଏ ଗାଁ, ଜାଣନ୍ତୁ କେଉଁଠି ଅଛି

1 min read

ଗୁଜରାଟ : ୯୭ ବର୍ଷ ହେଲା ଗାଁରେ ବଢୁନି ଜନସଂଖ୍ୟା । ୧୯୨୨ରେ ଯେତିକି ଥିଲା, ଆଜି ବି ସେତିକି ରହିଛି । କୈାଣସି ପରିବାରରେ ନାହାନ୍ତି ୨ରୁ ଅଧିକ ସନ୍ତାନ । ପୁଅଝିଅଙ୍କ ମଧ୍ୟରେ ନାହିଁ ଭେଦଭାବ । ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଥିବା ବେଳେ ଏଭଳି ଏକ ଖବରକୁ ଆପଣ ବିଶ୍ୱାସ  କରୁନଥିବେ । କିନ୍ତୁ ଏହା ସତ । କସ୍ତୁରବା ଗାନ୍ଧୀଙ୍କ ଏକ ନାରା ବଦଳାଇ ଦେଇଛି ଲୋକଙ୍କ ମାନସିକତା ।

control population
control population

ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ଧନୋରା ଗାଁ । ୧୯୨୨ରେ ୧୭୦୦ ଥିଲା ଗାଁର ଲୋକସଂଖ୍ୟା । ୯୭ବର୍ଷ ହେଲା ଆଉ ଜନସଂଖ୍ୟା ବଢୁନି । ପରିବାର ନିୟୋଜନ କ୍ଷେତ୍ରରେ ସାରା ଦୁନିଆ ପାଇଁ ବ୍ରାଣ୍ଡ ଆମ୍ବାସଡର୍‌ ପାଲଟିଛି ଏହି ଗାଁ । ବ୍ୟତିକ୍ରମ ପାଲଟିଛନ୍ତି ଏହି ଗାଁର ଲୋକ । ଏହା ପଛରେ ରହିଛି ଏକ କାହାଣୀ ।

୧୯୨୨ରେ କସ୍ତୁରବା ଗାନ୍ଧୀ କଂଗ୍ରେସର ଏକ ସମ୍ମିଳନୀରେ ଯ଼ୋଗଦେବାପାଇଁ ଧନୋରା ଆସିଥିଲେ । ଏହି ଅବସରରେ ସେ ସୁଖୀ ଓ ସୁସ୍ଥ ପରିବାର ନେଇ ଏକ ସନ୍ଦେଶ ଦେଇଥିଲେ । ତାହା ପରିବାର ନିୟନ୍ତ୍ରଣ ପାଇଁ ଲୋକଙ୍କୁ ସଚେତନ କରିଛି ।

dhanora population

ଆଜିବି ବିଭିନ୍ନ ସ୍ଥାନରେ ଲିଙ୍ଗଗତ ତାରତମ୍ୟ ରହିଛି । ପୁତ୍ର ସନ୍ତାନ ଆଶାରେ ପରିବାର ଲୋକ କନ୍ୟା ଭ୍ରୂଣ ହତ୍ୟା କରୁଛନ୍ତି । କିନ୍ତୁ ଗଁ।ଲୋକ ଗୋଟିଏ ବା ଦୁଇଟି ଝିଅ ଜନ୍ମ ପରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଉଛନ୍ତି । ଗତ ୫୦ରୁ ୬୦ବର୍ଷ ମଧ୍ୟରେ ଧନୋରା ଗାଁର, ପାଖାପାଖି ବିଭିନ୍ନ ଗାଁର ଜନସଂଖ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି । କିନ୍ତୁ ପରିବାର ନିୟୋଜନ କ୍ଷେତ୍ରରେ ଧନୋରା ଗ୍ରାମବାସୀଙ୍କୁ ସଚେତନ କରିବାକୁ ପଡୁନଥିବା ଗାଁ ସ୍ୱାସ୍ଥ୍ୟକର୍ମୀ ଜଗଦୀଶ ସିଂହ ପରିହାର କହିଛନ୍ତି । ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ନିଜେ ସଚେତନ ହେବା ସହ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଧନୋରା ଗାଁଲୋକ ।

Leave a Reply