ଭାରତରେ ଲୋକପ୍ରିୟ ପାସଓ୍ବାର୍ଡ କ’ଣ ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ବ ଡିଜିଟାଲ ଯୁଗରେ ପରିଣତ ହେଉଛି । ଏହି ଡିଜିଟାଲ ଯୁଗରେ ଲୋକ ମଧ୍ୟ ଡିଜିଟାଲ ହେୁଉଛନ୍ତି । ଏହି ଇଣ୍ଟରନେଟ ଦୁନିଆରେ ଯାହା ବି କଲେ ସେଥିରେ ପାସଓ୍ବାର୍ଡ ଆବଶ୍ୟକ । ତେବେ ବର୍ତ୍ତମାନ ସ୍ଥିତିରେ ଏକ ମଜବୁତ ପାସଓ୍ବାର୍ଡ ଆବଶ୍ୟକ । କିନ୍ତୁ ଯଦି ଆମେ କିଛି ଲୋକପ୍ରିୟ ପାସଓ୍ବାର୍ଡ କଥା କହିବା ତାହାଲେ ଏହି ପାସଓ୍ବାର୍ଡ ବହୁତ ଦୁର୍ବଳ ଅଟେ । ଏହି ପାସଓ୍ବାର୍ଡରେ Nordpass କରିଥିବା ଏକ ରିପୋର୍ଟ ଅନୁଯାୟୀ ଭାରତରେ କି ପ୍ରକାର ପାସଓ୍ବାର୍ଡ ରଖନ୍ତି ।

ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଏବେ ବି ଲୋକମାନେ ପାସଓ୍ବାର୍ଡକୁ ନେଇ ଚିନ୍ତା କରନ୍ତିନି । କାହିଁକି ନା ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ପାସଓ୍ବାର୍ଡ ହେଉଛି Password । କେବଳ ଭାରତ ନୁହେଁ ଜାପାନରେ ବି ସବୁଠାରୁ ଅଧିକ ବ୍ୟବହୃତ ପାସଓ୍ବାର୍ଡ ହେଉଛି Password । ଏହା ବ୍ୟତୀତ ଭାରତରେ ଆଉ କିଛି ସାଧାରଣ ପାସଓ୍ବାର୍ଡ ବ୍ୟବହୃତ ହେଉଛି । ସେଗୁଡିକ ହେଉଛି ILoveYou, Krishna, sairam ଏବଂ omsairam ।

ପାସଓ୍ବାର୍ଡ ମ୍ୟାନେଜର Nordpassର ଏକ ରିସର୍ଚ୍ଚ ଅନୁସାରେ ଏହି ପାସଓ୍ବାର୍ଡ  ଲିଷ୍ଟରେ  ଟପରେ ରହିଛି 12345 ଏବଂ QWERTY ରହିଛି । ଏହି ପାସଓ୍ବାର୍ଡ କେବଳ ଭାରତରେ ନୁହେଁ ଦୁନିଆ ସାରା ଏହି ପାସଓ୍ବାର୍ଡ ଲୋକପ୍ରିୟ ଅଟେ । ଭାରତରେ ଅଧିକ ବ୍ୟବହୃତ ହେଉଥିବା ପାସଓ୍ବାର୍ଡ ହେଉଛି 123456789, 1234567, india123,qwerty, abc123, xxx, indya123, 1qaz@WSX, 123123, abcd1234 ଏବଂ 1qaz ରହିଛି । ତେବେ ସବୁଠାରୁ ଭଳ କଥା ହେଉଛି ଭାରତ ସେହି ଦେଶରେ ସାମିଲ ଅଛି ଯେଉଁ ଦେଶରେ ସବୁଠାରୁ ଅଧିକ ଲୋକପ୍ରିୟ ପାସଓ୍ବାର୍ଡ ହେଉଛି Passwaord । ତେବେ ହୋଇଥିବା ରିସର୍ଚ୍ଚ ଅନୁଯାୟୀ ୫୦ଟି ଦେଶରୁ ୪୩ଟି ଦେଶରେ ପାସଓ୍ବାର୍ଡ ଲିଷ୍ଟରେ ଟପରେ ରହିଛି 123456 ।  ତେବେ ଭାରତରେ ସବୁଠାରୁ ଲୋକପ୍ରିୟ ପାସଓ୍ବାର୍ଡ ହେଉଛି QWERTY ।

Nordpass ର ଏହି ରିସର୍ଚ୍ଚ ଅନୁଯାୟୀ ଭାରତରେ ଲୋକ ଅନ୍ୟ ଜଣଙ୍କ ନାମକୁ ନିଜର ପାସଓ୍ବାର୍ଡ ରଖିଥାନ୍ତି ।  ଏହା ବ୍ୟତୀତ Sweetheart, lovely, Sunshine ଏବଂ iloveyou ପରି ପାସଓ୍ବାର୍ଡ ବେଶ୍ ଲୋକପ୍ରିୟ । ଏହି ରିସର୍ଚ୍ଚରେ କୁହାଯାଇଛି କି ଯେତେ ଲୋକପ୍ରିୟ ପାସଓ୍ବାର୍ଡ ସେତିକି ଦୁର୍ବଳ ଅଟେ । ଏପରି ସ୍ଥିତିରେ ହ୍ୟାକର୍ସ ମାନଙ୍କୁ ଆକାଉଣ୍ଟ ହ୍ୟାକ କରିବାରେ ସହଜ ହେବ । ହ୍ୟାକର୍ସଙ୍କ ବ୍ୟତୀତ କେହି ଆପଣଙ୍କ ପରିଜନ ବି ଆପଣଙ୍କ ଆକାଉଣ୍ଟ ବ୍ୟବହାର କରିପାରିବେ ।

Nordpassର ସିଇଓ ଜୋନାସ୍ କାର୍କଲିସଙ୍କ ଅନୁଯାୟୀ ଦିନକୁ ଦିନ ପାସଓ୍ବାର୍ଡ ଦୁର୍ବଳ ହେବାରେ ଲାଗିଛି । ଲୋକମାନେ ଏବେବି ସଠିକ୍ ପାସଓ୍ବାର୍ଡ ରଖିବାରେ ଅସମର୍ଥ । ଦୁର୍ବଳ ପାସଓ୍ବାର୍ଡ ବିପଦ ମୁକ୍ତ ଅଟେ । ତେଣୁ ଲୋକମାନଙ୍କୁ ଏହାକୁ ବୁଝିବାକୁ ପଡ଼ିବ ଯେ ପାସଓ୍ବାର୍ଡ ସେଟଂ କରିବା ସମୟରେ କୌଣସି ଦ୍ବିଧା କରିବା ଉଚିତ୍ ନୁହେଁ । ସାଧାରଣତଃ ଲୋକମାନେ ସବୁ ଆକାଉଣ୍ଟ ପାଇଁ ଗୋଟିଏ ପାସଓ୍ବାର୍ଡ ବ୍ୟବହାର କରନ୍ତି । ତେବେ ପ୍ରତ୍ୟେକ ଆକାଉଣ୍ଟ ପାଇଁ ସମାନ ପାସଓ୍ବାର୍ଡ ବ୍ୟବହାର କରିବାରେ ବହୁ ପ୍ରକାର ସମସ୍ୟା ରହିଛି । ତେବେ ଯଦି ଆପଣ ଦୁର୍ବଳ ପାସଓ୍ବାର୍ଡ ବ୍ୟବହାର କରୁଛନ୍ତି ତେବେ ଏଥିରେ କୌଣସି ସମସ୍ୟା ଆସିବା ପୂର୍ବରୁ ଏହାକୁ ପରିବର୍ତ୍ତନ କରିନିଅନ୍ତୁ । ଏକ ଶକ୍ତିଶାଳୀ ପାସଓ୍ବାର୍ଡ ପାଇଁ ଆପଣ ବଡ଼ ବଡ଼ ଅକ୍ଷର, ଲୋୟର କେସ୍ ଏବଂ ସ୍ପେସିଆଲ କ୍ୟାରେକ୍ଟର ବ୍ୟବହାର କରନ୍ତୁ ଯାହା ଫଳରେ ପାସଓ୍ବାର୍ଡ ଦୁର୍ବଳ ହେବ ନାହିଁ ।

Leave a Reply