‘ଭାବି ଜୀ ଘର ପର ହେ’ ର ମଲଖାନଙ୍କ ପରଲୋକ, କ୍ରିକେଟ ଖେଳିବା ସମୟରେ ମୃତ୍ୟୁ

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ସିରିଏଲ ଭାବି ଜୀ ଘର ପର ହେ’ର ମଲଖାନ ସିଂହ (ଅଭିନୟର ନାଁ)ଙ୍କ ପରଲୋକ ଘଟିଛି । ମଲଖାନ ସିଂହଙ୍କ ବାସ୍ତବ ନାଁ ହେଉଛି ଦୀପେଶ ଭାନ । ଆଜି ମୁମ୍ବାଇରେ ତାଙ୍କର ନିଧନ ହୋଇଯାଇଛି । ଦୀପେଶ ଶନିବାର ସକାଳେ କ୍ରିକେଟ ଖେଳିବା ସମୟରେ ହଠାତ ତଳେ ପଡିଯାଇଥିଲେ, ତାଙ୍କ ନାକରୁ ରକ୍ତ ବାହାରିଥିଲା । ନିକଟରେ ଉପସ୍ଥିତ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ ।

କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସେ ଶୋ’ର ସୁଟିଂ ମଧ୍ୟ କରିଥିଲେ । ଦୀପେଶ ଫିଟନେସକୁ ନେଇ ବହୁତ ସଚେତନ ଥିଲେ ଏବଂ ଶନିବାର ସକାଳେ ସେ ଜିମରୁ ଆସିବା ପରେ କ୍ରିକେଟ୍ ଖେଳିବା ପାଇଁ ଯାଇଥିଲେ । ହେଲେ ହଠାତ୍ ସେଠାରେ ସେ ତଳେ ପଡିଯାଇଥିଲେ । ହସ୍ପିଟାଲ ନେବା ପରେ ତାଙ୍କ ମୃତ୍ୟୁ ହୋଇଯାଇଛି ।

ତାଙ୍କ ମୃତ୍ୟୁରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କ ଆତ୍ମାର ସଦଗଦି କାମନା କରାଯାଇଛି । ପ୍ରକାଶଥାଉକି ‘ଭାବି ଜି ଘର ପର ହେ ଶୋ’ ପୂର୍ବରୁ ଦୀପେଶ ‘କମେଡି କା କିଙ୍ଗ କୌନ’, କମେଡି କ୍ଲବ, ଭୂତବାଲା, ଏଫଆଇଆର, ବିନ୍ଦାସ ଟିଭିର ଚ୍ୟାମ୍ପ ଏବଂ ସୁନ ୟାର ଚିଲ ମାର’ ଭଳି ଶୋ’ରେ ସେ କାମ କରିଥିଲେ ।