୨୨୦ କୋଟି ମୂଲ୍ୟର ଜମି ‘କିଣିଛନ୍ତି’ ରାସନକାର୍ଡ ଧାରୀ: ତଦନ୍ତ ନେଇ EDକୁ ଚିଠି ଲେଖିଲା CID

1 min read

ହାଇଦ୍ରାବାଦ: ମାସିକ ଆୟ ହେଉଛି ୫ ହଜାର ଟଙ୍କା । ରାସନକାର୍ଡରେ ମିଳୁଥିବା ସାମ୍ରଗୀର ସହାରାରେ କଟୁଛି ଜୀବନ । ହେଲେ ସେମାନଙ୍କ ମାଲିକାନାରେ ରହିଛି କୋଟି କୋଟି ଟଙ୍କା ମୂଲ୍ୟର ଜମି । ଏଭଳି ୭୯୭ ରାସନକାର୍ଡଧାରୀଙ୍କୁ ଠାବ କରିଛି ଆନ୍ଧ୍ରପ୍ରଦେଶ ପୋଲିସ । ଯାହାଙ୍କ ମାଲିକାନାରେ ରହିଛି ୨୨୦ କୋଟି ମୂଲ୍ୟର ଜମି । ୨୦୧୪- ୨୦୧୫ ଏହି ସମସ୍ତ ଜମି କିଣାଯାଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଆନ୍ଧ୍ରପ୍ରଦେଶର କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ ୨୦୧୪ରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ବିଭାଜନ ପରେ ଟିଡିପି ସରକାର ଅମରାବତୀକୁ ଆନ୍ଧ୍ରପ୍ରଦେଶକୁ ରାଜଧାନୀ କରିବା ନେଇ ଘୋଷଣା କରିଥିଲା । ପରେ ୨୦୧୯ରେ YSRCP ପାର୍ଟି କ୍ଷମତାକୁ ଆସିବାପରେ ଅମରାବତୀ ସମେତ ରାଜ୍ୟର ୩ଟି ରାଜଧାନୀ କରିବା ନେଇ ଘୋଷଣା କରାଯାଇଛି । ବିଧାନସଭା କେବଳ ଅମରାତୀରେ ରହିବ ଓ ଅନ୍ୟସବୁ ସରକାରୀ କାର୍ଯ୍ୟାଳୟକୁ ବିଶାଖପାଟଣା ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜଧାନୀ ଘୋଷଣା ସମୟରେ ଏତେ ମୂଲ୍ୟର ଜମି କିଣାବିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସମ୍ଭବତଃ ଟ୍ୟାକ୍ସ ଫାଙ୍କିବା ସହ ମନି ଲର୍ଣ୍ଡିଂ ହୋଇଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ । ଏଣୁ ଏହାର ତଦନ୍ତ କରିବା ନେଇ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ୭୯୭ ଜଣଙ୍କ ନାଁରେ ୭୬୧ ଏକର ଜମି ରହିଛି । ସେମାନଙ୍କ ମଧ୍ୟରୁ ୫୨୯ ଜଣଙ୍କ ନାଁରେ ପାନ୍‌ କାର୍ଡ ନାହିଁ ଏବଂ ସେମାନେ କେବେ ବି ଟିକସ ଭରିନାହାନ୍ତି ।

ତଦନ୍ତ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଲେଖାଯାଇଥିବା ଚିଠିରେ ଜମିର ସାଇଜ୍, ଖରିଦ କରିଥିବା ଲୋକଙ୍କ ଠିକଣା ନେଇ ମଧ୍ୟ ଦର୍ଶାଇଛି କ୍ରାଇମବ୍ରାଞ୍ଚ । ଏତେ ବଡ଼ କିଣାବିକା ନଗଦରେ ହୋଇଥିବା ତଦନ୍ତ ବେଳେ ଜଣାପଡ଼ିଛି ।  ଖରିଦ ହୋଇଥିବା ଜମି ଅସ୍ଥାୟୀ ସଚିବାଳୟ ଓ ପ୍ରସ୍ତାବିତ ହାଇକୋର୍ଟ ବିଲ୍ଡିଂ ଅଞ୍ଚଳର । ତେବେ ଏହି ଜମି କାରବାରରେ ସମ୍ପୃକ୍ତି ଅଭିଯୋଗ ଟିଡିପି ସରକାର ସମୟରେ ମନ୍ତ୍ରୀ ଥିବା ପଟ୍ଟିପତି ରାଓ, ପି. ନାରାୟଣ ରାଓଙ୍କ ନାଁରେ ମାମଲା ରୁଜୁ କରିଛି ସିଆଇଡି ।

Leave a Reply