ବନ୍ଦେ ଭାରତ ଏକ୍ସପ୍ରେସରେ ରେଳବାଇର ବଡ଼ ଅବହେଳା, ରୁଟିରୁ ବାହାରିଲା ଅସରପା

1 min read

ଭୋପାଳ: ଟ୍ରେନରେ ଯାତ୍ରୀଙ୍କୁ ଅସ୍ବାସ୍ଥ୍ୟକର ଖାଦ୍ୟ । ମଧ୍ୟପ୍ରଦେଶ ଭୋପାଳରୁ ଗ୍ବାଲିଅର ଯାଉଥିବା ଟ୍ରେନରେ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ମଲା ଅସରପା । IRCTC ଷ୍ଟାଫ୍ ଯାତ୍ରୀଙ୍କୁ ଖାଦ୍ୟ ପରସିଥିବା ବେଳେ ରୁଟିରେ ମଲା ଅସରପା ଲାଗିଥିବା ଯାତ୍ରୀଜଣଙ୍କ ଦେଖିଥିଲେ । ଏହାକୁ ନେଇ ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ରେଳବାଇର ଅବହେଳାକୁ ନେଇ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯାତ୍ରୀଜଣଙ୍କ ସେହି ଖାଦ୍ୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । IRCTCofficialକୁ ଟ୍ୟାଗ୍ କରିବା ସହ ଏବଂ ହାସଟ୍ୟାଗ୍ ବନ୍ଦେ ଭାରତ ଏକ୍ସପ୍ରେସ ଲେଖି ଟୁଇଟ କରିଛନ୍ତି ଯାତ୍ରୀ । ତେବେ ଯାତ୍ରୀଙ୍କ ପୋଷ୍ଟରେ ରେଳବାଇ ପକ୍ଷରୁ ଉତ୍ତର ମଧ୍ୟ ଦିଆଯାଇଛି । ଭବିଷ୍ୟତର ଏଭଳି  ହେବନାହିଁ ବୋଲି ଟୁଇଟ କରିଛି ରେଳବାଇ ।