spot_img

Latest Posts

ଆତଙ୍କବାଦୀଙ୍କ ହାତରେ ଆମେରିକା ନିର୍ମିତ ବନ୍ଧୁକ, ପୁଞ୍ଚ ଆକ୍ରମଣରେ ହୋଇଥିଲା ବ୍ୟବହୃତ

ପୁଞ୍ଚ: ଜାମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ୍)। ଏହି ଆକ୍ରମଣ ଘଟଣାରେ ୫ ଯବାନ ସହିଦ ହୋଇଥିବା ବେଳେ ୨ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ମାନେ ସୋସିଆଲ୍ ମିଡିଆରେ ଘଟଣାସ୍ଥଳର ଭିଡ଼ିଓ ମଧ୍ୟ ଜାରି କରିଛନ୍ତି। ଫଟୋରେ ଆତଙ୍କବାଦୀଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ ଥିବା ଦେଖିବାକୁ ମିଳିଛି। ଯେଉଁ ବନ୍ଧୁକ ଗୁଡିକ ଆକ୍ରମଣରେ ବ୍ୟବହାର ହୋଇଥିଲା, ଆଉ ଏହି ବନ୍ଧୁକ ଗୁଡିକ ହେଉଛି ଆମେରିକାରେ ନିର୍ମିତ ଏମ ୪ କାର୍ବାଇନ୍ ରାଇଫଲ୍।

୧୯୮୦ ଦଶକରେ M4 କାର୍ବାଇନକୁ ଆମେରିକା ନିର୍ମାଣ କରିଥିଲା। ଏହା ହାଲୁକା, ଗ୍ୟାସ୍ ଓ ମାଗାଜିନ୍ ଚାଳିତ କାର୍ବାଇନ୍। ଆମେରିକାର ସଶସ୍ତ୍ର ବାହିନୀ ଏହି ରାଇଫଲକୁ ବ୍ୟବହାର କରୁଥିଲା ବେଳେ ୮୦ରୁ ଅଧିକ ଦେଶ ଏହାକୁ ବ୍ୟବହାର କରୁଛନ୍ତି। M4 କୁ କ୍ଲୋଜ୍ ଫାଇଟ୍ ପାଇଁ ଡିଜାଇନ୍ କରାଯାଇଛି। ଏହା ଖୁବ୍ ଶକ୍ତିଶାଳୀ ହତିଆର।

ଉଲ୍ଲେଖଯୋଗ୍ୟ, ଗତକାଲି ହୋଇଥିଲା ଏ ଗୁଳିବିନିମୟ। ପୁଞ୍ଚ ଅଂଚ୍‌ଳର ଡେରା କି ଗଲି ଅଂଚଳରେ ଯାଉଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ ଯବାନ। ସେନାର ଦୁଇ ଗାଡି ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ। ରାସ୍ତାରେ ଯାଉଥିବା ବେଳେ ସେନାର ଗାଡି ଉପରକୁ ଆତଙ୍କବାଦୀ ମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ମାସକ ମଧ୍ୟରେ ଆତଙ୍କୀଙ୍କ ଏହା ଦ୍ବିତୀୟ ଆକ୍ରମଣ। ଘଟଣାସ୍ଥଳରେ ସେନା-ଆତଙ୍କୀ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ଏନଆଇଏ।

 

Latest Posts

Don't Miss