ପ୍ରମୋଦ ମହାଜନଙ୍କ ହତ୍ଯା ପଛରେ ଷଡ଼ଯନ୍ତ୍ର ଥିବା ନେଇ ସନ୍ଦେହ କଲେ ଝିଅ ପୁନମ

1 min read

ମୁମ୍ବାଇ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରମୋଦ ମହାଜନଙ୍କୁ ହତ୍ଯାର ପ୍ରାୟ ୧୮ ବର୍ଷ ପରେ ବିବାଦ । ହତ୍ଯା ପଛରେ ଷଡ଼ଯନ୍ତ୍ର ଥିବା ନେଇ ସନ୍ଦେହ ବ୍ଯକ୍ତ କରିଛନ୍ତି ଝିଅ ପୁନମ ମହାଜନ । କେବଳ ଏତିକି ନୁହେଁ ଏହି ଘଟଣାର ତଦନ୍ତ ଲାଗି ସେ କେନ୍ଦ୍ର ଓ ରାଜ୍ୟର ଗୃହମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି- ତାଙ୍କ ବାପାଙ୍କୁ ହତ୍ଯା ପଛରେ ଅନ୍ଯ କିଛି ଅଭିସନ୍ଧି ଥିବା ସେ ହୃଦବୋଧ କରୁଛନ୍ତି । ୨୦୦୬ରେ ଘଟିଥିବା ହତ୍ଯାକାଣ୍ଡ ନେଇ ସେ ସେତେବେଳେ ସ୍ବରଉତ୍ତୋଳନ କରିବା ଅବସ୍ଥାରେ ନଥିଲେ । ତେବେ ହତ୍ଯା ଘଟଣାବଳୀ ଅନ୍ଯ କିଛି ସୂଚୀତ କରୁଛି । ବର୍ତ୍ତମାନ ଉଭୟ ମହାରାଷ୍ଟ୍ର ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ନିକଟକୁ ପତ୍ର ଲେଖିବେ ବୋଲି ସେ କହିଛନ୍ତି । ୨୦୦୬ଏପ୍ରିଲ ୨୨ରେ ଓ୍ବରଲିସ୍ଥିତ ବାସଭବନରେ ପ୍ରମୋଦଙ୍କୁ ୪ ରାଉଣ୍ଡ ଗୁଳି କରିଥିଲେ ଭାଇ ପ୍ରବୀଣ ମହାଜନ । ୩ ମେରେ ତାଙ୍କର ମୃତ୍ଯୁ ଘଟିଥିଲା । ୨୦୦୭ ଅକ୍ଟୋବର ୩୦ରେ ପ୍ରବୀଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।