ବ୍ୟାକ୍ କରିବେ ବିଶ୍ୱ ସୁନ୍ଦରୀ: ୨୬ ବର୍ଷର ସ୍ୱପ୍ନର ଏବେ ପୂରଣ ହେବ

1 min read

ମୁମ୍ବାଇ: ବଲିଉଡ଼ର ରାଣୀ ବ୍ୟାକ କରିବାକୁ ଯାଉଛନ୍ତି ବଡ଼ ପରଦାକୁ । ବେଶ କିଛି ଦିନର ବିରତି ପରେ ଏବେ ବ୍ୟାକ୍ କରିବେ ବିଶ୍ୱ ସୁନ୍ଦରୀ । ଏମିତି ଏକ ଚର୍ଚ୍ଚା ବଲିଉଡ଼ରେ ଜୋର ଧରିଛି । ବିଶ୍ୱ ସୁନ୍ଦରି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏବେ ସମ୍ପୁର୍ଣ୍ଣ ନୂଆ ଚରିତ୍ର ସହ ପରଦାକୁ ଫେରୁଛନ୍ତି ବୋଲି ଶୁଣିବାକୁ ମିଳିଛି।

https://www.instagram.com/p/B6S0VoclT1-/?utm_source=ig_embed

କଳ୍କି କୃଷ୍ଣମୂର୍ତ୍ତିଙ୍କ କାଳ୍ପନିକ ଉପନ୍ୟାସ ପୋନିୟିନ ସେଲଭାନଙ୍କୁ ନେଇ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ଫିଲ୍ମ ତିଆରି କରୁଛନ୍ତି । ଆଉ ଏଥିରେ ଏକ ଭିନ୍ନ ଭୂମିକାରେ ଐଶ୍ୱର୍ଯ୍ୟା ନଜର ଆସିବେ ବୋଲି ଜଣାପଡିଛି । ଦୀର୍ଘ ୨୬ ବର୍ଷ ପୂର୍ବରୁ ଏହି ଉପନ୍ୟାସକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ସ୍ବପ୍ନ ଦେଖିଥିବା ମଣି ରତ୍ନମଙ୍କ ସ୍ବପ୍ନ ଏବେ ପୂରଣ ହେବାକୁ ଯାଉଛି ବୋଲି କୁହାଯାଉଛି।

https://www.instagram.com/p/B3bSJnBJPPl/?utm_source=ig_embed

ମୁମ୍ବାଇ ମିରରର ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ସୋଭିତା ଜଣେ ରାଜକୁମାରୀର ଭୂମିକାରେ ନଜର ଆସୁଥୁବା ବେଳେ ଏଶ୍ୱର୍ଯ୍ୟାଙ୍କୁ ଜଣେ ଖଳନାୟିକା ଭୂମିକାରେ  ଦେଖିବାକୁ ମିଳିବାନେଇ ସୂଚନା ମିଳିଛି ।

Leave a Reply