ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ: ଛାତ୍ରଛାତ୍ରୀଙ୍କୁ ମାସ୍କ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
1 min readରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଏମିତିକି ପ୍ରଦୂଷଣ ମାତ୍ରା ଏତେ ଗମ୍ଭୀର ହୋଇଯାଇଛି ଯେ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ମଧ୍ୟ ରାଜି ହେଉନାହାନ୍ତି। ପ୍ରଦୂଷିତ ବାୟୁ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଛି । ବିଶାକ୍ତ ବାୟୁ ଯୋଗୁଁ କୁନି କୁନି ସ୍କୁଲ ପିଲାଙ୍କ ସ୍ୱାସ୍ୟବସ୍ଥା ଭଲ ରହୁନାହିଁ ।
ମୁଣ୍ଡ ବ୍ୟଥ, ଆଖି ପୋଡ଼ିବା, ବାନ୍ତି, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି କୁନି କୁନି ପିଲା । ଏହି କାରଣରୁ ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ । ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ପ୍ରାୟ ଛୋଟ ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିଛି । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ସରକାରୀ ଓ ବେସରକାରୀ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି ।
ରାଜଧାନୀ ଦିଲ୍ଲୀରେ ଦିପାବଳୀରେ ବାଣ ଫୁଟାଇବାକୁ ନେଇ ପ୍ରତବନ୍ଧକ ଥିବା ସତ୍ତ୍ୱେ ରାଜଧାନୀବାସୀ ବାଣ ଫୁଟାଇଛନ୍ତି । ତା ପରିଣତି ସ୍ୱରୁପ ରାଜଘାନୀ ଦିଲ୍ଲୀ ବାୟୁ ଏବେ ବିଶାକ୍ତ । ଦୀପାବଳିରେ ଫୁଟାଯାଇଥିବା ବାଣ ଧୂଆଁରେ ପରିବେଶ ହୋଇଯାଇଛି ବିଶାକ୍ତ ।
ବୁଧବାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୯ ଥିବାବେଳେ, ଗୁରୁବାର ୪୧୦ ରେକର୍ଡ କରାଯାଇଥିଲା । ଅଭିଭାବକଙ୍କ କହିବା ଅନୁସାରେ ସକାଳ ସମୟରେ ପାଗ ବହୁତ ଖରାପ ରହୁଛି । ଆଉ ଏପରି ପ୍ରଦୂଷିତ ବାୟୁ ସାଙ୍ଗକୁ ଖରାପ ପାଗରେ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡୁଛି । ଫଳରେ ସେମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି ଏବଂ ସ୍କୁଲ ଯାଇପାରୁ ନାହାନ୍ତି । ')}