spot_img

Latest Posts

ଦୟା ପ୍ରଦୂଷିତ; ପର୍ଯ୍ୟଟନସ୍ଥଳୀକୁ ନେଇ ଚିନ୍ତା, ପର୍ଯ୍ୟଟନସ୍ଥଳୀର ସ୍ଵଚ୍ଛତାକୁ ଗୁରୁତ୍ଵ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି ଲୋକେ ମୃତ୍ୟୁମୁଖରେ ପଡ଼ିବା ପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ଚିନ୍ତା ବଢିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଜଳ ପ୍ରଦୂଷଣ ରୋକିବା ଜଳସେଚନ ବିଭାଗର କାମ। ତଥାପି ପର୍ଯ୍ୟଟନସ୍ଥଳୀର ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦିଆଯାଉଛି । ବର୍ଷ ସାରା ଜଳ ପ୍ରବାହର ସ୍ରୋତକୁ ଧ୍ୟାନ ଦିଆଯାଉଛି। ଏହାକୁ ସ୍ୱାଭାବିକ କରାଇବା ପାଇଁ ଓ ପ୍ରଦୂଷଣ ରୋକିବା ପାଇଁ ଉଦ୍ୟମ କରାଯାଉଛି। ହୀରାକୁଦକୁ ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ ଭଳି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

ସେହିପରି ସାତକୋଶିଆ, ଭିତରକନିକା, ଦେବରୀଗଡ଼, ଶିମିଳିପାଳ, କୋରାପୁଟର କୋଲାବରେ ଫାଉଣ୍ଡେସନ ହେବ। ୨୦୨୫ ଶେଷ କିମ୍ଵା ୨୬ ଆରମ୍ଭରେ ଏସବୁ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ରାଜସ୍ଥାନର ବିଭିନ୍ନ ଐତିହ୍ୟପୂର୍ଣ୍ଣ ସ୍ଥାନରେ କୃତ୍ରିମ ହ୍ରଦ କରାଯାଇଛି। କିନ୍ତୁ ଓଡ଼ିଶାରେ ଜଳର ପ୍ରାକୃତିକ ସ୍ରୋତ ଥିବାରୁ ଏହାର ବିକାଶ ଉପରେ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି।

Latest Posts

Don't Miss