spot_img

Latest Posts

ପ୍ରଥମ ପର୍ଯ୍ୟାୟ ଲୋକସଭା ମତଦାନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ନୂଆଦିଲ୍ଲୀ: ନିର୍ବାଚନ ମହାସମର। ପ୍ରଥମ ପର୍ଯ୍ୟାୟ ଲୋକସଭା ମତଦାନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଦେଶର ୨୧ଟି ରାଜ୍ୟ  ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ର ଲାଗି ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି। ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହାପରେ ୨୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପରେ ୩୦ ମାର୍ଚ୍ଚ ପ୍ରାର୍ଥୀପତ୍ର ପ୍ରତ୍ଯାହାରର ଶେଷ ତାରିଖ ରହିଛି। ୧୯ ଏପ୍ରିଲରେ ଭୋଟ ହୋଇ ୪ଜୁନରେ ଫଳାଫଳ ପ୍ରକାଶ ପାଇବ।

ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ନିର୍ବାଚନ ହେବ। ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହିମାଚଳ, ହରିଆଣା, କେରଳ, ଲାକ୍ଷାଦ୍ବୀପ, ଲଦାଖ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକିମ୍, ତାମିଲନାଡୁ, ପଞ୍ଜାବ, ତେଲଙ୍ଗାନା ଓ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୨୬ରେ ହେବ ଦ୍ବିତୀୟ ପର୍ଯ୍ୟାୟ, ମେ ୭ରେ ତୃତୀୟ, ମେ ୧୩ରେ ଚତୁର୍ଥ, ମେ ୨୦ରେ ପଞ୍ଚମ, ମେ ୨୫ରେ ଷଷ୍ଠ ଓ ଜୁନ ୧ରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ । ଓଡ଼ିଶାରେ ଶେଷ ୪ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

Latest Posts

Don't Miss